Odiapua.com

ହାଟଡିହି ହାଇସ୍କୁଲକୁ ଲକ୍ଷେ ଟଙ୍କା ଦାନକଲେ ପୁର୍ବତନ ଛାତ୍ର ଯଦୁମଣି ଜେନା

ହାଟଡିହି, ୧୪ । ୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମୋ ସ୍କୁଲ ଅଭିଯାନ ଆରମ୍ଭ କରାଯିବାପରେ ଏବେ ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜର ପୁରୁଣା ସ୍କୁଲ ଗୁଡିକର ଉନ୍ନତି ପାଇଁ ସହଯୋଗର ହାତ ବଢ଼ାଉଥିବା ଦେଖିବାକୁ ମିଳିଛି । ହାଟଡିହି ବ୍ଲକର ସର୍ବପୁରାତନ ସ୍କୁଲ ଭାବେ ପରିଚିତ ହାଟଡିହି ହାଇସ୍କୁଲକୁ ଏହାର ପୁରାତନ ଛାତ୍ରଛାତ୍ରୀମାନେ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି । ଏହାଦ୍ୱାରା ସ୍କୁଲର ଭିତ୍ତିଭୁମୀର ବିକାଶ ନିଶ୍ଚିତ ଭାବେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ସ୍କୁଲର ୧୯୭୧ ବ୍ୟାଚର ପୁରାତନ ଛାତ୍ର ଯଦୁମଣି ଜେନା ମୋ ସ୍କୁଲ ଅଭିଯାନକୁ ଲକ୍ଷେ ଟଙ୍କାର ସହାୟତା କରିଥିବାବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ‘ଦକ୍ଷତାବୃଦ୍ଧି କେନ୍ଦ୍ର’ପ୍ରତିଷ୍ଠା କରିବାକୁ ଏକ ସୁଚିନ୍ତିତ ପରାମର୍ଶ ଦେଇଛନ୍ତି । କ୍ୟାପଟେନ ଯଦୁମଣି ଜେନାଙ୍କ ଏପରି ପଦକ୍ଷେପକୁ ପୁରାତନ ଛାତ୍ର ଛାତ୍ରୀମାନେ ଭୂୟସୀ ପ୍ରସଂଶା କରିବା ସହ ସ୍ୱାଗତ କରିଛନ୍ତି ।