Odiapua.com

ହାଟଡିହି ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

ହାଟଡ଼ିହି, ୨୫ । ୭ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ସମ୍ବାଦ ସାହିତ୍ୟଘର ପକ୍ଷରୁ ଆବାହକ କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ବୃକ୍ଷରୋପଣ ଓ “ବୃକ୍ଷ ହିଁ ଜୀବନ” ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଗଡଚଣ୍ଡୀ ହାଇସ୍କୁଲ ଓ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ବାଳକୃଷ୍ଣ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ସହସମ୍ପାଦକ ନାରାୟଣ ସାହୁ, ଉପଦ୍ଦେଷ୍ଟା ରତ୍ନାକର ଦାସ, ସୁବାସ ପାତ୍ର, ନାରାୟଣ ଚନ୍ଦ୍ର ଲେଙ୍କା, ମୁରଲୀଧର ବେହେରା, ହରିହର ସାମଲ, ସୁରେନ୍ଦ୍ର କୁମାର ପରିଡା, ନିତ୍ୟାନନ୍ଦ ବେହେରା, ବିଦ୍ୟୁତଲତା ଦେଓ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ଆଗାମି ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ‘ବୃକ୍ଷ ହିଁ ଜୀବନ’ ଆଲୋଚନା ଚକ୍ରରେ ସମସ୍ତ ସଦସ୍ୟମାନେ ବର୍ତ୍ତମାନ କରୋନା ମହାମାରୀ ସମୟରେ ଯେପରି ଅମ୍ଳଜାନ ଅଭାବ ଯୋଗୁଁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବୃକ୍ଷ ବିନା ମୁଲ୍ୟରେ ଆମକୁ ଅମ୍ଳଜାନ ଯୋଗାଇ ଦେଉଥିବାରୁ ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଅତି କମରେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ସଙ୍କଳ୍ପବଦ୍ଧ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଗଡଚଣ୍ଡୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶରତ କୁମାର ଶାସିନି, ସହକାରୀ ଶିକ୍ଷକ ଦୁଷ୍ମନ୍ତ କୁମାର ଦଳେଇ, ଯୁଦ୍ଧିଷ୍କଠିର ପରିଡା, ରମେଶ କୁମାର ପ୍ରଧାନ , କବିତା ଆୟଚ, ଖେଳ ଶିକ୍ଷକ ସତ୍ୟବ୍ରତ ସାମଲ, ରାମଚନ୍ଦ୍ର ବେହେରା, ପଦ୍ମନାଭ ପଣ୍ଡା, ପ୍ରୀତମ ନାଇକ, ପ୍ରଭାକର ବେହେରା ଓ ଶାସଙ୍ଗ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ଶାନ୍ତନୁ କୁମାର ରାଉତ, ପଦ୍ମନାଭ ପଣ୍ଡା, ନବ କିଶୋର ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର ପ୍ରଦୀପ କୁମାର ସ୍ୱାଇଁ. ରମେଶ କୁମାର ନାୟକ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।