Odiapua.com

ହାଟଡିହି ବ୍ଲକ ରୁ ପୁଣି ଚାରି କରୋନା ପଜେଟିଭ୍ ଚିହ୍ନଟ, ୩୫ କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି, ୪ /୭ – କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଆଜି ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଶାସଙ୍ଗ ପଞ୍ଚାୟତର ହୋଇଥିବାବେଳେ ଆଉ ୩ଜଣ ସୁଳନ ପଞ୍ଚାୟତର । ଫଳରେ ହାଟଡିହି ବ୍ଲକରେ ଆଜି ପଯ୍ୟନ୍ତ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ ଶାସଙ୍ଗ ପଞ୍ଚାୟତର ଆକ୍ରାନ୍ତ ଜଣକ ଦିଲ୍ଲୀ ଫେରନ୍ତା। ସେ ଗତ ୧୫ ଦିନ ତଳେ ଦିଲ୍ଲୀ ରୁ ଫେରି ବିଶ୍ଵ ତାରିଣୀ ମହିଳା ମହା ବିଦ୍ୟାଳୟର ସଂଗରୋଧରେ ଥିଲେ । ତାଙ୍କ ଠାରେ ଥଣ୍ଡା, ଜୋର ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ତାଙ୍କର ସ୍ୱାବ ନମୁନା ପଜେଟିଭ୍ ଆସିବାପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ବାଳ ଙ୍କ ଉପସ୍ଥିତିରେ ଡାକ୍ତର ସଂଗ୍ରାମ କେଶରୀ ବ୍ରହ୍ମ, ବିପିଓ ଚନ୍ଦନ ସାହୁ, ଆଶା କର୍ମୀ ଅପର୍ଣ୍ଣା ବେହେରା , ସ୍ବାସ୍ଥ୍ୟ କର୍ମୀ ଟୁକୁନୁ ଜେନା ପ୍ରମୁଖ ପହଞ୍ଚି କୋଭିଡ୍-୧୯ ହସ୍ପିଟାଲ୍ କୁ ପଠାଇଥିଲେ । ସେହିପରି ଆଉ ୩ ଜଣ ପଜେଟିଭ୍ ସୁଲଣ ପଞ୍ଚାୟତ ସୁଲଣ ଓ ଜଳସରପୁର ଗ୍ରାମର । ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା । ତନ୍ମଧ୍ୟରୁ ୨ ଜଣ ୧୨ ଦିନ ପୂର୍ବରୁ ଫେରି ସୁଲଣ ହାଇସ୍କୁଲ ସଂଗରୋଧ କେନ୍ଦ୍ରରେ ଥିବାବେଳେ ଅନ୍ୟ ଜଣେ ଗତ ୭ ଦିନ ପୂର୍ବରୁ ସେହି ମହାରାଷ୍ଟ୍ର ରୁ ଫେରି ସୁଲଣ ହାଇସ୍କୁଲ ଟିଏମସିରେ ଥିଲେ । ସେମାନଙ୍କ ବୟସ ୩୨ ରୁ ୩୪ ଭିତରେ । ଗତ ୨୯ ତାରିଖରେ ଟିଏମସିରେ ଥିବା ସମସ୍ତ ସଦସ୍ୟଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ଆଜି ସେମାନଙ୍କ ମଧ୍ୟରୁ ୩ଜଣଙ୍କ ରିପୋର୍ଟ ପଜେଟିଭ୍ ଆସିବାରୁ ଶାଳଣିଆ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କତୁର୍ପକ୍ଷ ସେମାନଙ୍କୁ କୋଭିଡ୍-୧୯ ହସ୍ପିଟାଲ କୁ ପଠାଇବାର ବ୍ୟବସ୍ଥା କରିଛନ୍ତି ।