Odiapua.com

ହାଟଡିହି ବ୍ଲକରେ ପୁଣି ଜଣେ କରୋନା ପଜେଟିଭ, ୪୨ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, କଣ୍ଟ୍ରାକ୍ଟ ଟ୍ରେସିଂ ଜାରି

ହାଟଡିହି ୧୬। ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି କେନ୍ଦୁଝର ଜିଲ୍ଲାରେ ମୋଟ ୧୦ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ତନ୍ମଧ୍ୟରୁ ହାଟଡିହି ବ୍ଲକର ପଢ଼ିଆରିପଲ୍ଲି ପଞ୍ଚାୟତରେ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪୨ରେ ପହଞ୍ଚିଛି। ଏହି ଆକ୍ରାନ୍ତ ଜଣକ ମହୁଲପଙ୍ଖା ଗ୍ରାମର ଲୋକାଲ ଥିବାରୁ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି। ଆକ୍ରାନ୍ତ ଜଣକ ଏକ ଦୁର୍ଘଟଣାର ଶୀକାର ହୋଇ ଚିକିତ୍ସାପାଇଁ ଭୁବନେଶ୍ୱରର ଏକ ହସପିଟାଲକୁ ଯାଉଥିବାବେଳେ ସେଠାରେ ତାଙ୍କର ସ୍ୱାବ ନମୁନା ପରୀକ୍ଷାରୁ ପଜେଟିଭ ଥିବା ଜଣାପଡିଥିଲା। ଏହା ଜଣାପଡିବାପରେ ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ତାଙ୍କ ଗ୍ରାମରେ ପହଞ୍ଚି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି। ଆଜିକୁ ମିଶାଇ ବ୍ଲକରେ ମୋଟ ୪୨ଜଣ ଆକ୍ରାନ୍ତ ହୋଇଥିବାବେଳେ ତନ୍ମଧ୍ୟରୁ ୩୬ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଏବେ ମୋଟ ୬ଜଣ ଚିକିତ୍ସିତ ହେଉଛନ୍ତିି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁତ୍ରରୁ ଜଣାଯାଇଛି।