Odiapua.com

ହାଟଡିହି ବ୍ଲକରେ ପୁଣି ଜଣେ କରୋନା ପଜେଟିଭ ଚିହ୍ନଟ, ୭୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ୨ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି । ଆଜି ଆକ୍ରାନ୍ତ ଜଣକ ଢ଼ାଇପୋଖରୀ ଗ୍ରାମର ୬୭ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି । ସେ ଘରେଥିବାବେଳେ ଅସୁସ୍ଥତା ଥିବାଯୋଗୁଁ ଚିକିତ୍ସିତ ହେବାପାଇଁ କଟକ ଯାଇଥିବାବେଳେ ସେଠାରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଦେଇଥିଲେ । ଆଜି ତାଙ୍କର ପଜେଟିଭ ରିପୋର୍ଟ ଆସିଛି । ତାଙ୍କୁ କୋଭିଡ ହସପିଟାଲକୁ ପଠାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି । ସେହିପରି ଶାଳଣିଆଁ ଔଷଧ ବ୍ୟବସାୟୀଙ୍କ ସଂଷ୍ପର୍ଶରେ ଆସିଥିବା ଷଡଙ୍ଗ ଗ୍ରାମର ୮ଜଣଙ୍କ ସ୍ୱାବ ନମୁନା ଆଜି ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଓରାଳି, ହାଟଡିହି ପ୍ରଭୃତି ସଂଗରୋଧ କେନ୍ଦ୍ରରୁ ୩ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଯାଇଛି ।