ହାଟଡିହି. ୧୨ / ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଗତକାଲି ଓ ଆଜି ଦୁଇଦିନରେ ୭ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଜଣେ ଆକ୍ରାନ୍ତ ଓରାଳି ଟିଏମସିରୁ ଚିହ୍ନଟ ହୋଇଥିବାବେଳେ ଛେନାପଦି ଅଞ୍ଚଳରୁ ଆଜି ଆଉ ୬ଜଣ ଚିହ୍ନଟ ହୋଇଛନ୍ତି । ସେମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି । ଗତ ତିନିଦିନ ତଳେ ତାଙ୍କ ପରିବାରର ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବାପରେ ତାଙ୍କ ପରିବାରର ୭ଜଣଙ୍କ ସ୍ୱାବନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୬ଜଣଙ୍କ ସ୍ୱାବନମୁନାରେ ପଜେଟିଭ ଥିବା ଜଣାପଡିବାପରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି ।