Odiapua.com

ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୪କୁ ବୃଦ୍ଧି

ହାଟଡିହି, ୪ /୧୦- (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ଭିତରେ ୪ଜଣ ଆକ୍ରାନ୍ତ ବାରିବାପରେ ଏବେ ସଂଖ୍ୟା ଯାଇ ୪୨୪ରେ ପହଞ୍ଚିଲାଣି । ବିଶେଷତଃ ଏବେ କେବଳ ସ୍ଥାନୀୟ ସଂକ୍ରମଣ ବାହାରୁ ଥିବାବେଳେ ଲୋକମାନେ ଏଥିପ୍ରତି ସଚେତନ ହେଉ ନଥିବାରୁ ଏହା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଶାସଙ୍ଗ ପଞ୍ଚାୟତରେ ଜଣେ ଓ ପଞ୍ଚୁଗୋଛିଆ ପଞ୍ଚାୟତରେ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ଆଜି ସୋସୋ ପଞ୍ଚାୟତରେ ଜଣେ ଓ ବାଲିବରେଇରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଶ।।ଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାଯାଇଛି ।