Odiapua.com

ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ଟପିଲା

ହାଟଡିହି- ୨୩ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଗାଁ ଗାଁରେ ପଜେଟିଭି ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି । ତଥାପି ଲୋକମାନେ ସରକାରଙ୍କ କଟକଣାକୁ ମାନୁ ନଥିବା, ସାମାଜିକ ଦୁରତାକୁ ମାନୁ ନଥିବାରୁ ଏପରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି ବୋଲି କୁହାଯାଉଛି । ଏପରିକି ଗାଁ ଗାଁରେ ଭୋଜିଭାତ ଚାଲିଥିବାବେଳେ ତାହାକୁ ମଧ୍ୟ ବନ୍ଦ କରାଯାଉନାହିଁ । ଲଚା ଛପାରେ ଭୋଜି ଭାତ କରୁଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି ବୋଲି ଆଶଙ୍କା କରାଯାଉଛି । ଗତକାଲି ଗୋଟିଏ ଦିନରେ ପୁଣି ୬୧ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେଯାଇ ୫୬୦ରେ ପହଞ୍ଚିଛି । ଏଥିମଧ୍ୟରୁ କେବଳ ବାହାରିପୁର ଗ୍ରାମରେ ୨୩ଜଣ ଆକ୍ରାନ୍‌ତ ଚିହିନଟ ହୋଇଛନ୍ତି । ଗତକାଲି ବଞ୍ଚୋ ପଞ୍ଚାୟତରେ ୪ଜଣ, ସମଣା ପଞ୍ଚାୟତରେ ୨୭ଜଣ, ମରୈଗାଁ ପଞ୍ଚାୟତରେ ଜଣେ, ଇଞ୍ଚୋଳ ପଞ୍ଚାୟତରେ ୩ଜଣ, ଅକରୁଆ ପଞ୍ଚାୟତରେ ଜଣେ, ସଢ଼ା ପଞ୍ଚାୟତରେ ୨ଜଣ, ଆମ୍ବୋ ପଞ୍ଚାୟତରେ ଜଣେ, ଜମ୍ଭୀରା ପଞ୍ଚାୟତରେ ୪ଜଣ, ଧନୁର୍ଜୟପୁର ପଞ୍ଚାୟତରେ ୨ଜଣ, ଡଅଁର ପଞ୍ଚାୟତରେ ୭ଜଣ, ଆଇତିପୁର ପଞ୍ଚାୟତରେ ଜଣେ, ସୁଲଣ ପଞ୍ଚାୟତରେ ଦୁଇଜଣ, ଶାସଙ୍ଗ ପଞ୍ଚାୟତରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘରଘର ବୁଲି ଔଷଧପତ୍ର ଯୋଗାଇ ଦିଆଯାଉଥିବାବେଳେ ସେମାନେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିବା ବିପିଓ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି ।