Odiapua.com

ହାଟଡିରେ କରୋନା ବ୍ୟାପିଲା, ଗୋଟିଏ ଦିନରେ ୧୦ ପଜେଟିଭ ଚିହ୍ନଟ

ହାଟଡ଼ିହି-୧୫ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଗ୍ର ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବାବେଳେ ହାଟଡିହି ବ୍ଲକ ମଧ୍ୟ ଏଥିରୁ ବାଦ ପଡିନି । ବ୍ଲକର ବିଭିନ୍ନ ପଞ୍ଚାୟତରେ ଏବେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୦ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ଆଜି ଆମ୍ବୋ ପଞ୍ଚାୟତରେ ରେ ଜଣେ, ଶାଳଣିଆଁ ପଞ୍ଚାୟତରେ ଜଣେ, ଡଅଁର ପଞ୍ଚାୟତରେ ଜଣେ, ଆଇତିପୁର ପଞ୍ଚାୟତରେ ଜଣେ, ଓରାଳି ପଞ୍ଚାୟତରେ ଜଣେ, ଅଁରା ପଞ୍ଚାୟତରେ ଜଣେ, ହାବଳେଶ୍ୱର ପଞ୍ଚାୟତରେ ତିନିଜଣ ଏହିଭଳି ମୋଟ ୧୦ଜଣ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି ।