Odiapua.com

ହାଟଡ଼ିହି ବ୍ଲକରେ ଆଜି ଆଉଜଣେ କରୋନା ପଜେଟିଭି ଚିହ୍ନଟ, ୪୩ରେ ପହଁଚିଲା ଅକ୍ରାନ୍ତଙ୍କ ସଂଖ୍ୟା

ହାଟଡ଼ିହି-୧୬/୭/ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରେ ଆଜି ସନ୍ଧ୍ୟାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଫଳରେ ବ୍ଲକରେ ଏବେ ଅକ୍ରାନ୍ତଙ୍କ ସଂଖ୍ୟା ୪୩ରେ ପହଂଚିଛି। ଆଜି ସନ୍ଧ୍ୟାରେ ଆକ୍ରାନ୍ତ ଜଣକ ସୁଲଣ ପଂଚାୟତର ଚେନାଇ ଫେରନ୍ତା ୪୨ ବର୍ଷୀୟ ବ୍ୟକ୍ତି। ସେ ଗତ ଆଠଦିନ ତଳେ ଚେନାଇରୁ ଫେରି ସୁଲଣ ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟିଂନରେ ଥିଲେ। ସେ ଅସୁସ୍ଥ ହେବାରୁ ଗତ ୪ଦିନ ତଳେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା। ଆଜି ଏହି ୪୩ବର୍ଷୀୟ ବ୍ୟକ୍ତି ଜଣଙ୍କର ରିପୋର୍ଟ ପଜେଟିଭି ଆସିବାପରେ ତାଙ୍କୁ କୋଭିଡି ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରାଯାଉଛି ବୋଲି ସରପଞ୍ଚ ଓ ନୋଡ଼ାଲ ଅଫିସର କହିଛନ୍ତି।