Odiapua.com

ହାଟଡ଼ିହି ବ୍ଲକରୁ ପୁଣି କରୋନା ୫ପଜେଟିଭି ଚିହ୍ନଟ

ହାଟଡ଼ିହି-୩/୮/ (ଓଡ଼ିଆପୁଅ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକରେ ଆଜି ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନେ ସମସ୍ତେ ସଡଙ୍ଗ ଗ୍ରାମର। ସେମାନେ ପୂର୍ବ ଆକ୍ରାନ୍ତ ଥିବା ଜଣେ ଔଷଧ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜିର ୫ଜଣଙ୍କ ମଧ୍ୟରୁ ଗୋଟିଏ ପରିବାରର ୪ ଜଣ ହୋଇଥିବା ବେଳେ ଆଉଜଣେ ଔଷଧ ବ୍ୟବସାୟୀଙ୍କ ବିକ୍ରେତା। ତିନିଦିନ ପୂର୍ବେ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ବେଳେ ଆଜି ରିପୋର୍ଟ ପଜେଟିଭି ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆ ଯାଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଂଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି।