ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ବିଧାନସଭା ପରିସରରେ ଆୟୋଜିତ “ହାଉସ କମିଟି ଅନ ସବମିଶନସ’ ବୈଠକରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପିତ କଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ପମହାପାତ୍ର। ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଶ୍ରେଣୀ ଗୃହର ଅଭାବ,ସମସ୍ତ ସ୍କୁଲ ପରିସରରେ ଶୌଚାଳୟ ବ୍ୟବସ୍ଥା,ସ୍କୁଲ ପରିସରରେ ଅସୁରକ୍ଷିତ ଶ୍ରେଣୀ ଗୃହ ଉଚ୍ଛେଦ,ଶିକ୍ଷକ ଅଭାବ ପୂରଣ,ସ୍କୁଲ ପରିସରକୁ ପାଚେରୀ ନିର୍ମାଣ କରି ଆବଦ୍ଧ କରିବା ସହ ବିଭିନ୍ନ ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ସଠିକ୍ ବଂଟନ ଓ ପଂଚାୟତ ମାନଙ୍କରେ ଶୁଦ୍ଧ ପାନୀୟ ଜଳର ନିଶ୍ଚିତ ବ୍ୟବସ୍ଥା କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ଅଧିକାରୀ ମାନଙ୍କୁ ସୁପାରିଶ କରିଥିଲେ। ଏହି ଅବସରରେ ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟ ବୃନ୍ଦଙ୍କ ସହ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।