Odiapua.com

ହାଇୱାକୁ ଧକ୍କା ଦେଲା ଇଣ୍ଡିଗୋ କାର୍‌, ଜଣେ ମୃତ, ୫ ଗୁରୁତର

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥ ଗେଲପୁର ଛକ ଠାରେ ଏକ ସଡକ ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଗୁରୁତର ହୋଇଥିବାବେଳେ ଜଣଙ୍କର କଟକ ଯିବା ରାସ୍ତାରେ ମୃତ୍ୟୁ ଘଟିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ପୁରୁଣାବଜାରରୁ ଏକ ଇଣ୍ଡିଗୋ କାର୍ ଯୋଗେ ୭ ଜଣ ବ୍ୟକ୍ତି ଧାମନଗରର ଦୋବଲର ଯାତ୍ରା କରୁଥିଲେ । ମାତ୍ର ଗେଲପୁର ଛକ ଠାରେ ରାସ୍ତାପାଶ୍ୱର୍ରେ ଛିଡା ହୋଇଥିବା ଏକ ହାଇୱା ଗାଡିର ପଛପଟୁ ଇଣ୍ଡିଗୋ କାର୍‌ଟି ଖୁବ୍ ଜୋରରେ ଧକ୍କା ଦେଇଥିଲା । ଫଳରେ ୭ ଜଣ ଯାତ୍ରୀଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ନିଆଜ ଖାଁ, ସେକ୍ କଲୁ, ସେକ୍ ସୋନି, ରିଆଜ, ମଣ୍ଟୁଙ୍କୁ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରାସ୍ତାରେ ସେକ୍ କଲୁଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ଜାହିଦ ଖାଁ ପ୍ରମୁଖ ଡାକ୍ତରଖାନାରେ ପହଞ୍ôଚ ଗୁରୁତରଙ୍କୁ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ।