Odiapua.com

ହାଇସ୍କୁଲ ଛାତ୍ରୀକୁ ମାଡ ମାରିବା ଅଭିଯୋଗରେ ଶିକ୍ଷକ ନିଲମ୍ବନ,ପ୍ରଧାନଶିକ୍ଷକ ଙ୍କୁ କାରଣଦର୍ଶା ନୋଟିସ

ମାଲକାନଗିରି,୨୧ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ବାଲିମେଳା ବାଳିକା  ଉଚ୍ଚବିଦ୍ୟାଳୟର ଜଣେ ୯ମ ଶ୍ରେଣୀର ଛାତ୍ରୀଙ୍କୁ ମାଡମାରିବା ଅଭି ଯୋଗରେ ସେହି ବିଦ୍ୟାଳୟର ସହକାରି ଶିକ୍ଷକଙ୍କୁ ଆଜି ଶିକ୍ଷାବିଭାଗ ପକ୍ଷରୁ ନିଲମ୍ବନ କରାଯିବା ସହ ପ୍ରଧାନଶିକ୍ଷକ ଙ୍କୁ କାରଣଦର୍ଶା ନୋଟିସ ଜାରି କରା ଯାଇଛି । ବିଦ୍ୟାଳୟ ଗୁଡିକୁ ସରକାର ଦଣ୍ଡମୁକ୍ତ ବୋଲି ଘୋଷଣା କରି ସ୍କୁଲକାନ୍ଥବାଡରେ ଦଣ୍ଡମୁକ୍ତ ଅଚଂଳ ବୋଲି ଲେଖାଯାଇ ଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରେ ଏହାକୁ ଶିକ୍ଷକ ମାନେ ମାନୁନଥିବାର ଦେଖା ଦେଇଛି । ନାରୀ ଶିକ୍ଷାପ୍ରତି ଅଧିକ ଗରୁତ୍ୱ ଦିଆଯାଇ  ଆଦିବାସୀ  ବାଳିକା ମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ହେଉଥିବା ବେଳେ କିଛି ଶିକ୍ଷକ ମାନଙ୍କ ମନମୁଖି ଶାସନ ପାଇଁ ଆଦିବାସୀ ଅଧ୍ୟୁଷିତ ଅଚଂଳର ଛାତ୍ରୀ ମାନେ ଅଧାରୁ ପାଠପଡା ଛାଡିଦେଉ ଥିବାର ଜଣାପଡିଛି । କେଉଁ ବିଦ୍ୟାଳୟରେ ଛାତ୍ରୀମାନେ ଗର୍ଭବତୀ ହେଉଛନ୍ତି ତ ଆଉକେଉଁ ବିଦ୍ୟାଳୟରେ ମାଡଖାଇ ଗୁରୁତର ହେଉଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଗତ୧୮ତାରିଖ ଦିନ ମାଲକାନଗିରି ଜିଲ୍ଲା ବାଲିମେଳା ବାଳିକା ଉଚ୍ଚବିଦ୍ୟାଳୟରେ ଘଟିଥିଲା ।ସେହି ବିଦ୍ୟାଳୟର ସହକାରି ଶିକ୍ଷକ ଅଲେଖଚନ୍ଦ୍ର ପ୍ରଧାନ ନବମ ଶ୍ରେଣୀର କେତଜଣ ଛାତ୍ରୀଙ୍କୁ ପାଠ୍ୟ ପ୍ରଶ୍ନ ପଚାରି ଥିଲେ,୫ଜଣ ଛାତ୍ରୀ ସଠିକ ଉତର ଦେଇ ନପାରିବାରୁ ସେମାନଙ୍କୁ ଶିକ୍ଷକ ମାଡ ମାରିଥିଲେ । ୪ଜଣ ଛାତ୍ରୀ ସାମାନ୍ୟ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କୁନିଗୋଲରୀ ନାମୀ ଛାତ୍ରୀ  ଅଚେତ ହୋଇତଳେ ପଡି ଯାଇ ତାଙ୍କର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହି ଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ ସଙ୍ଗେସଙ୍ଗେ ସ୍ଥାନୀୟ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ ।ଅନ୍ୟ ୪ଜଣ ଛାତ୍ରୀ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥହୋଇଥିବା ବେଳେ କୁନିଗୋଲରୀଙ୍କ ଛାତିରେ ଯନ୍ତ୍ରଣାହୋଇ ସେ ନିଶ୍ୱାସ ପ୍ରଶାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଡାକ୍ତରମାନେ ମାଲକାନଗିରି ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରିଦେଇଥିଲେ । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶିତ ହେବା ପରେ ଜିଲ୍ଲାପାଳ ମୀନଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀ ଓ ଅନ୍ୟାନ ଅଧିକାରୀ ମାନେ ଉକ୍ତବିଦ୍ୟାଳୟ କୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଶିକ୍ଷାଅଧିକାରୀ ମାଡମାରିଥିବା ଶିକ୍ଷକ ଅଲେଖଚନ୍ଦ୍ର ପ୍ରଧାନଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିବା ସହିତ ଉକ୍ତବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବ୍ରତପ୍ରଧାନଙ୍କୁ କାରଣଦର୍ଶା ନୋଟିସ ଜାରିକରିଛନ୍ତି । ମାଲକାନଗିରି ଜିଲ୍ଲା ହସପିଟାଲରେ ଗତ୧୮ତାରିଖ ଠାରୁ ଚିକିତ୍ସିତ ହେଉଥିବା କୁନିଗୋଲରୀ ସୁସ୍ଥ ହୋଇ ଆଜି ବିଦ୍ୟାଳୟକୁ ଫେରିଥିବାର ଜଣାପଡିଛି ।ସ୍ୱାଭିମାନ ଅଚଂଳର ଜୋଡାଆମ୍ବ ପଚାଂୟତ ସ୍ଥ ଖଟୁଆଗୁଡା ଗ୍ରାମର ଗରିବ ଖଟିଖିଆ ଆଦିବାସୀ ଦିନୁଗୋଲରୀଙ୍କ ଝିଅ କୁନିଗୋଲରୀ ବାଲିମେଳା ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀନିବାସରେ ରହି ୯ମ ଶ୍ରେଣୀରେ ପାଠପଢୁଥିଲେ । ଝିଅକୁ ଶିକ୍ଷକ ମାଡଦେଇ ଗୁରୁତର କରିଦେବା ଘଟଣା ଜାଣିବା ପରେ ଦିନୁଗୋଲରୀ ଭୟରେ ନିଜ ଝିଅକୁ ଆଉ ଛାତ୍ରୀନିବାସରେ ରଖି ପାଠପଢାଇବାକୁ ଚାହୁଁ ନଥିବାର ଜଣାପଡିଛି । ଆଜି ଅପରାହ୍ନରେ ଜିଲ୍ଲାଶିକ୍ଷା ଅଧିକାରୀ ରମେଶଚନ୍ଦ୍ର ସେଠୀ ଅଭିଯୁକ୍ତ ଶିକ୍ଷକ ଅଲେଖଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେବାସହ   ପ୍ରଧାନଶିକ୍ଷକ ସୁବ୍ରତ ପ୍ରଧାନଙ୍କୁ କାରଣଦର୍ଶା ନୋଟିସ ଜାରିକରିଛନ୍ତି ।