Odiapua.com

ହାଇଦ୍ରାବାଦ ରୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଝିଅର ମୃତ୍ୟୁ, ଶବସଂସ୍କାର କରି ମୃତକ ପରିବାରଙ୍କୁ କଳାହାଣ୍ଡି ପଠାଇବାର ବ୍ୟବସ୍ଥା କଲେ ଜିଲ୍ଲା ପ୍ରଶାସନ

ମାଲକାନଗିରି,୫ା୫ (ଓଡିଆ ପୁଅ ) କରୋନା ସଂକ୍ରମଣ ମହାମାରିରୂପନେଇ ତାର କରାଳ ରୂପ ସମଗ୍ର ବିଶ୍ୱକୁ ଗ୍ରାସୀଥିବା ବେଳେ ଲକଡାଉନ ପାଇଁ ପ୍ରବାସୀ ଶ୍ରମିକ ମାନଙ୍କ ଦୁଃଖ ଦିନକୁ ଦିନ ବଢି ଚାଲିଛି । ଏମିତି ଏକ କରୋନାର କରୁଣ କାହାଣୀ ଦେଖିବାକୁ ମିଳିଛି ସୀମାନ୍ତ ମୋଟୁ ଚେକପୋଷ୍ଟ ନିକଟରେ ।ଲକ୍‌ଡାଉନ୍ ହୋଇଯାଇଥିବାରୁ ଦୋକାନବଜାର ଓ କମ୍ପାନି ବନ୍ଦ ହୋଇ ଯିବାରୁ କାମ ନପାଇ ହାଇଦ୍ରାବାଦରୁ ଏକ ବସରେ କଳାହାଣ୍ଡି ଜିଲ୍ଲା ଚିନ୍ନାପାଲି ଗ୍ରାମର ଧାରୁବା ବଣ୍ଡେଶ୍ୱର ନାମକ ପ୍ରବାସୀ ଶ୍ରମିକ ଓ ତାଙ୍କପରିବାର ନିଜଘରକୁ ମୋଟୁ ରାସ୍ତାଦେଇ ଫେରୁଥିଲେ । ମଙ୍ଗଳବାର ଦିନ ମୋଟୁ ସୀମାନ୍ତ ଆନ୍ଦ୍ରପ୍ରଦେଶ ଚିନ୍ତୁର ଥାନା ଅଚଂଳରେ ବସ ଭିତରେ ହଟାତ ତାଙ୍କର ୧୦ବର୍ଷର ଝିଅ ନେହା ବଣ୍ଡେଶ୍ୱର ଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ସେଠାରେ ବସ ଟି ଅଟକି ରହି ଥିଲା ନେହାକୁ ଡାକ୍ତର ଖାନ ନେବାକୁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ବସଟି ସେଠାରେ ଧାରୁବା ଙ୍କ ମୃତ ଝିଅ ଓ ତାଙ୍କପରିବାରଙ୍କୁ ଓହ୍ଲାଇଦେଇ ଥିଲା । ଝିଅର ହଟାତ ମୃତ୍ୟୁ ଘଟିବା ଦେଖି ତାଙ୍କପରିବାର ଦୁଃଖରେ ଭାଙ୍ଗିପଡିଥିଲେ । ଶବ କେମିତି ନେବେ ଓ ମୋନେ ନିଜଗାଁକୁ କିପରି ଫେରିବେ ସେଚିନ୍ତା କରୁଥିବା ବେଳେ ଚିନ୍ତୁର ପୁଲିସ ଏ ସଂପର୍କରେ ସୀମାନ୍ତ ମୋଟୁ ଥାନାକୁ ଜଣାଇଥିଲେ । ଓଡିଶାର ପ୍ରବାସୀ ଶ୍ରମିକଙ୍କ ଝିଅର ମୃତ୍ୟୁ ଘଟିଛି,ତାଙ୍କପରିବାର ଆନ୍ଦ୍ରପ୍ରଦେଶରେ ଅସହାୟ ଅବସ୍ତାରେ ଅଟକିରହିଛନ୍ତି ବୋଲି ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଜାଣିବାପରେ ସେହି ଅସହାୟ ପରିବାରଙ୍କ ନିକଟରେ ତୁରନ୍ତ ପହଁଚି ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତପ୍ରକାର ସୁବ୍ୟବସ୍ଥା କରିବା ପାଇଁ ମୋଟୁ ତହସିଲଦାର ଶଶାଙ୍କ ଶେଖର ମିଶ୍ର ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସଙ୍ଗେ ସଙ୍ଗେ ମୋଟୁ ତହସିଲଦାର ଶ୍ରୀ ମିଶ୍ର,ମୋଟୁ ହସପିଟାଲ ଡାକ୍ତର ଶରତ ଚନ୍ଦ୍ର ବେହେରା,ମୋଟୁ ଥାନା ଆଇଆଇସି ସୋମନାଥ ବେହେରା,ସବଇନିସପେକ୍ଟର ସୁଶାନ୍ତ କୁମାର ସାହୁ ଆନ୍ଦ୍ରପ୍ରଦେଶ ଚିନ୍ତୁର ଥାନାଠାରେ ପହଁଚି ଏକ ଆମ୍ବୁଲାନ୍ସ ଯୋଗେ ମୃତ ନେହା ଓ ତାଙ୍କପରିବାରଙ୍କୁ ମୋଟୁ ଚେକ ପୋଷ୍ଟ ନିକଟକୁ ଆଣିଥିଲେ । ସୁଦୁର କଳାହାଣ୍ଡିକୁ ଝିଅର ମୃତ ଶରୀର ନେବା କଷ୍ଟକର ହେବ ବୋଲି ତାଙ୍କପରିବାର ଙ୍କ ସନ୍ମତିକ୍ରମେ ମୋଟୁ ଜଙ୍ଗଲରେ ମୋଟୁ ତହସିଲ ଓ ଥାନା ପକ୍ଷରୁ ମୃତ ନେହାଙ୍କ ଶବ ସଂସ୍କାର କରାଯାଇଥିଲା । ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଡିରେ ମୃତ ନେହାଙ୍କ ପରିବାର ଓ କଳାହାଣ୍ଡିର ପ୍ରବାସୀ ଶ୍ରମିକ ମାନଙ୍କୁ ସେମାନଙ୍କ ଘରକୁ ପଠାଇଦିଆ ଯାଇଛି । ଏହି ଚେକ ପୋଷ୍ଟ ଦେଇ ପ୍ରତି ଦିନ ଶହ ଶହ ତାମିଲନାଡୁ,ତେଲାଙ୍ଗାନା, ଆନ୍ଦ୍ରପ୍ରଦେଶ, ଛତିଶଗଡ,କର୍ନାଟକ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେଉଛନ୍ତି । ବିଶେଷ କରି ଏହି ରାସ୍ତା ଦେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର,ରାୟଗଡା,କଳାହାଣ୍ଡି, ଗଜପତି, ଗଜାଂମ,ନୁଆପଡା,ସମ୍ବଲପୁର,ବଲାଙ୍ଗିର ଜିଲ୍ଲାସହିତ ଅନ୍ୟାନ ପଡୋଶୀ ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ଗ୍ରାମକୁ ଫେରିଥାନ୍ତି ।