Odiapua.com

ହାଇଦ୍ରାବାଦ ଏନକାଉଣ୍ଟରରେ ବଢ଼ିଲା ସସପେନ୍ସ : ପୁଣି ହେବ ଅଭିଯୁକ୍ତମାନଙ୍କର ଶବର ପୋଷ୍ଟମାର୍ଟମ

ହାଇଦ୍ରାବାଦ ୨୧-୧୨ (ଓଡ଼ିଆ ପୁଅ) ହାଇଦ୍ରାବାଦରେ ମହିଳା ଭେଟନାରୀ ଡକ୍ଟରଙ୍କୁ ଗ୍ୟାଙ୍ଗରେପ କରିଥିବା ଅଭିଯୁକ୍ତମାନଙ୍କୁ ନ୍ୟାସନାଲ ହାଇୱେ ୪୪ ଉପରେ ହୋଇଥିବା ପୋଲିସ୍ ଏନକାଉଣ୍ଟରର ସସ୍ପେନ୍ସ ବଢ଼ିବାରେ ଲାଗିଛି।

ତେଲେଙ୍ଗାନା ହାଇକୋର୍ଟ ଏହି ଏନକାଉଣ୍ଟରର ସତ୍ୟତା ଜାଣିବା ପାଇଁ ଦିଲ୍ଲୀରୁ ବିଶେଷ ଟିମ ଦ୍ୱାରା ଶବଗୁଡ଼ିକର ପୋଷ୍ଟମାର୍ଟମ କରାଇବାକୁ ସଂକେତ ଦେଇଛନ୍ତି। ସୂଚନାଯୋଗ୍ୟଯେ, ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲର ବରିଷ୍ଠ ମେଡିକାଲ ଅଫିସ୍ ର ଚିନ୍ତା ପ୍ରକଟ କରିଥିଲେ କି ଶବଗୁଡ଼ିକୁ ଲମ୍ବା ସମୟ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖାଯାଇପାରିବ ନାହିଁ। ହସ୍ପିଟାଲ ପ୍ରଶାସନ ନ୍ୟାୟାଳୟ ପାଖରେ ପ୍ରକାଶ କରିଥିଲେ କି ସେହି ଶବଗୁଡ଼ିକ ସମ୍ବନ୍ଧରେ କୌଣସି ନିର୍ଦେଶ ଦିଅନ୍ତୁ ବୋଲି।

ନ୍ୟାୟାଳୟ ଏହି ମାମଲାରେ ଶୁଣାଣି କରି କହିଛନ୍ତି କି ଏହି ମାମଲାରେ ତଥ୍ୟ ଜାଣିବା ପାଇଁ ଦିଲ୍ଲୀର ବିଶେଷଜ୍ଞ ଟିମ ପୁଣି ଥରେ ଶବଗୁଡ଼ିକର ପୋଷ୍ଟମାର୍ଟମ କରିପାରନ୍ତି। ଅବଶ୍ୟ ସେ କହିଛନ୍ତି କି ଏଥିପାଇଁ ହସ୍ପିଟାଲର ଅଧିକାରୀମାନଙ୍କୁ ଶବଗୁଡ଼ିକର ସ୍ଥିତି ବିଷୟରେ ପଚରାଯାଇଥିଲା। ହସ୍ପିଟାଲ ତରଫରୁ ଦିଆଯାଇଥିବା ରିପୋର୍ଟ ଉପରେ ହି ଏହି ସମ୍ବନ୍ଧରେ କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ବୋଲି କୋର୍ଟ କହିଥିଲେ। କୁହାଯାଇପାରେଯେ, ଚାରିଜଣ ଅଭିଯୁକ୍ତଙ୍କର ପ୍ରଥମ ପୋଷ୍ଟମାର୍ଟମ ୬ ଡିସେମ୍ବରରେ ମେହେବୁବନଗର ଜିଲ୍ଲାର ଗାନ୍ଧୀ ହସ୍ପିଟାଲରେ କରାଯାଇଥିଲା।

ସୂଚନାଯୋଗ୍ୟଯେ, ସୁପ୍ରୀମ କୋର୍ଟ ନିକଟରେ ଚାରିଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଦିଆଯାଇଥିବା ଘଟଣାର ଜାଞ୍ଚ କରିବାପାଇଁ ତିନିଜଣ ସଦସ୍ୟ ବିଶିଷ୍ଟ ଜାଞ୍ଚ ଆୟୋଗ ଗଠନ କରିଛନ୍ତି। ଏହି ଆୟୋଗର ଅଧ୍ୟକ୍ଷ ସୁପ୍ରୀମ କୋର୍ଟର ପୂର୍ବଚନ ବିଚାରପତି ବିଏସ ସିରପୁରକର ଅଛନ୍ତି। ଏହି ଆୟୋଗରେ ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରେଖା ବଲଦୋଟା ଏବଂ ସିବିଆଇର ପୂର୍ବତନ ନିର୍ଦ୍ଦେଶକ କାର୍ତ୍ତିକେୟନ ସାମିଲ ଅଛନ୍ତି। ଜାଞ୍ଚ ଆୟୋଗ ୬ ମାସରେ ନିଜର ରିପୋର୍ଟ ସୁପ୍ରୀମ କୋର୍ଟକୁ ଦେବେ।

ସୁପ୍ରୀମ କୋର୍ଟରେ ଦାଖଲ ତିନୋଟି ଯାଚିକାରେ ଉପରେ ଶୁଣାଣି କରି କୋର୍ଟ ଏହି ଆୟୋଗ ଗଠନ କରିଥିଲେ। ମହିଳା ଡକ୍ଟରଙ୍କର ଗ୍ୟାଙ୍ଗରେପ ଏବଂ ତାଙ୍କୁ ହତ୍ୟାକରିଥିବା ଚାରିଜଣ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରିବା ସଂଦିଗ୍ଧ ବୋଲି କୁହାଯାଇଛି।

ସୁପ୍ରୀମ କୋର୍ଟ କହିଥିଲେଯେ, ହାଇଦ୍ରାବାଦରେ ମହିଳା ଡକ୍ଟରଙ୍କୁ ଗ୍ୟାଙ୍ଗରେପ-ମର୍ଡର ପରେ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର ମାମଲାରେ କହିଲେ କି ଲୋକମାନଙ୍କୁ ସତ୍ୟ କ’ଣ ଜାଣିବାର ଅଧିକାର ଅଛି, ଆମେ ଜାଞ୍ଚର ପକ୍ଷରେ ଅଛୁ। କୋର୍ଟ, ତେଲେଙ୍ଗାନା ସରକାରଙ୍କର ଏହି ତର୍କ “ଏହି ମାମଲାରେ ପୂର୍ବରୁ ଜାଞ୍ଚ ଚାଲୁଛି”କୁ ଖାରଜ କରି ଦେଇଥିଲେ। ଏଥିରେ ଦୁଇଟି ଅଲଗା-ଅଲଗା ଜାଞ୍ଚର ଆବଶ୍ୟକ ନାହିଁ ବୋଲି କହିଥିଲେ। ଏହା ମଧ୍ୟରେ ସୁପ୍ରୀମ କୋର୍ଟ ଅଭିଯୁକ୍ତମାନଙ୍କ ମେଡିକାଲ ଏବଂ ଫରେନ୍ସିକ ରିପୋର୍ଟ ମାଗିଥିଲେ।

କିପରି ହୋଇଥିଲା ଏନକାଉଣ୍ଟର?
ଘଟଣାସ୍ଥଳରେ ଅଭିଯୁକ୍ତମାନଙ୍କ ସହିତ ସିନ ରିକ୍ରିଏଟ କରିବାପାଇଁ ପୋଲିସ ଶୁକ୍ରବାରଦିନ ସକାଳେ ଏନକାଉଣ୍ଟରରେ ଚାରିଜଣ ଅଭିଯୁକ୍ତମାନଙ୍କୁ ମାରିଥିଲେ। ତା’ ପରେ ପୋଲିସ କହିଥିଲା ସେହି ଅଭିଯୁକ୍ତମାନେ ପ୍ରଥମେ ପୋଲିସ ଉପରେ ପଥର ଫୋପାଡ଼ିଥିଲେ ଏବଂ ପରେ ପୋଲିସକର୍ମିମାନଙ୍କର ହତିଆର ଛଡ଼ାଇ ନେଇଥିଲେ। ହତିଆର ଛଡ଼ାଇନେବା ପରେ ଅଭିଯୁକ୍ତମାନେ ଫାଇରିଙ୍ଗ କରି ପଳାୟନ କରିବାକୁ ଚେଷ୍ଟାକରୁଥିଲେ, ସେତେବେଳେ ପୋଲିସ୍ ଏନକାଉଣ୍ଟର ତାଙ୍କୁ ମାରିଥିଲା।