Odiapua.com

ହାଇଦ୍ରାବାଦ ଏଚ୍ସିୟୁରେ ନୂଆଁଖାଇ ଭେଟ୍ଘାଟ୍

ସମ୍ବଲପୁର ୮-୯ (ଓଡ଼ିଆ ପୁଅ) : ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ଏଚ୍ସିୟୁ)ରେ ପଢ଼ୁଥିବା ପଶ୍ଚିମଓଡ଼ିଶାର ଛାତ୍ରଛାତ୍ରୀମାନେ ଗତକାଲି ନୂଆଁଖାଇ ପାଳନ କରିଛନ୍ତି। ନୂଆଁଧାନରେ ନବାନ୍ନ ପ୍ରସ୍ତୁତି ସହ ପଶ୍ଚିମଓଡ଼ିଶାର ପାରମ୍ପାରିକ ବ୍ୟଂଜନରେ ଆପ୍ୟାୟିତ ହେବା ସହ ନୃତ୍ୟଗୀତ କରି ଛାତ୍ରଛାତ୍ରୀମାନେ ନୂଆଁଖାଇ ମନାଇଥିଲେ। ଏଥିରେ ହାଇଦ୍ରାବାଦରେ ଅନ୍ୟ ଅନୁଷ୍ଠାନରେ ପଢ଼ୁଥିବା ପଶ୍ଚିମଓଡ଼ିଶାର ଛାତ୍ରଛାତ୍ରୀ ଭାଗ ନେଇଥିଲେ।