Odiapua.com

ହସ୍ପିଟାଲ ଛାତରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ନବରଙ୍ଗପୁର,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ହଠାତ୍ ହସ୍ପିଟାଲ ଛାତକୁ ଯାଇ ମହିଳାଙ୍କ ଆତ୍ମହତ୍ୟା । ଆଜ୍ଞା ହଁ,ଏଭଳି ଘଟଣା ଆଜି  ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ମହିଳା ଜଣକ  ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି  । ତେବେ  ମୃତ ମହିଳା  କଙ୍ଗାରା ଗାଁର ଜେମା ଭତରା ବୋଲି ଜଣାପଡିଛି। ସେ ଗତ ୩୧ ତାରିଖରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ମାତ୍ର ଆଜି ଜେମା ହଠାତ୍‌ ଉପର ମହଲାକୁ ଯାଇ ଛାତରୁ ଡେଇଁ ପଡିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ କର୍ମଚାରୀ ମାନେ ଉଦ୍ଧାର କରିଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଏବେ ବି ସେ ଛାତରୁ ଡେଇଁବାର କାରଣ ଅସ୍ପଷ୍ଟ ରହିଥିବା ସୂଚନା ମିଳିଛି  ।