Odiapua.com

ହସିଲା ଏ୍ୟୌତିହାସିକ କୃଷ୍ଣ ଚରଣ ବିଦ୍ୟାମନ୍ଦିର

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାକୁ ଯାଇ ୧୯୩୫ ମସିହାରେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ଦ୍ୱାରା ନିର୍ମିତ କୃଷ୍ଣ ଚରଣ ବିଦ୍ୟା ମନ୍ଦିର ୨୦୨୦ ମସିହାରେ ରାଜ୍ୟ ସରକାରଙ୍କ ଉଚ୍ଚାକାଂକ୍ଷା ବିଦ୍ୟାଳୟ ତଥା ୫-ଟି ରୂପାନ୍ତରିତ ବିଦ୍ୟାଳୟ ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିଲା । ଆଜି ପବିତ୍ର ଶିଶୁ ଦିବସ ଅବସରରେ ଉକ୍ତ ଏ୍ୟୌତିହାସିକ କୃଷ୍ଣ ଚରଣ ବିଦ୍ୟାମନ୍ଦିର ହସି ଉଠିଛି ତାହାର ଉଦ୍‌ଘାଟନୀକୁ ନେଇ । ସୂଚନା ଅନୁଯାୟୀ ଜିଲ୍ଲାର ଭଦ୍ରକ ବ୍ଲକ ଅଧିନସ୍ଥ ସାବରଂଗ ଉଚ୍ଚ ବିଦ୍ୟାଳୟରେ ୧୭ଟି ୫-ଟି ରୂପାନ୍ତରିତ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନିଜ କାଯ୍ୟାଳୟରୁ ୫-ଟି ସଚିବଙ୍କ ଉପସ୍ଥିତିରେ ଭିଡ଼ିଓ କଂଫରେନ୍ସି ମାଧ୍ୟମରେ ଲୋକାର୍ପିତ କରିଛନ୍ତି । ଏଥିରେ ଆଗରପଡ଼ାସ୍ଥ ଏ୍ୟୌତିହାସିକ କୃଷ୍ଣ ଚରଣ ବିଦ୍ୟାମନ୍ଦିର ଅନ୍ୟତମ । ପ୍ରକାଶ ଥାଉକି ୧୯୩୫ ମସିହାରେ ଉତ୍କଳକେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ଦ୍ୱାରା ନିର୍ମିତ କୃଷ୍ଣ ଚରଣ ବିଦ୍ୟାମନ୍ଦିରର ଗତ ୨୦୧୩ ନଭେମ୍ବର ୧୫ ତାରିଖରେ ଉପମନ୍ୟୁ କକ୍ଷ (ଶ୍ରେଣୀଗୃହ -୧) ଆଜବେଷ୍ଟସ ଭୁଷୁଡ଼ି ପଡ଼ିଥିଲା ।

ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୁରୁଣା ଆଜବେଷ୍ଟସ ଶ୍ରେଣୀ ଗୃହକୁ ବିପଦ ସଂକୁଳ ବୋଲି ଘୋଷଣା କରାଯାଇଥିଲା । ସେହିଦିନ ଠାରୁ ହଷ୍ଟେଲ ଏବଂ ଷ୍ଟାପ ଗୃହ ଆଦିରେ ପାଠପଢା ଚାଲିଥିଲା । ପରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପୁରୁଷଣ୍ଢ ପଂଚାୟତକୁ ପ୍ରଥମଥର ପାଇଁ ସ୍ୱର୍ଗତ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ପୋଷ୍ୟଗ୍ରାମ ରୂପେ ଗ୍ରହଣ କରି ସାଂସଦ ପାଣ୍ଠିରୁ ଉକ୍ତ ବିଦ୍ୟା ମନ୍ଦିରର ଉନ୍ନତି ନିମନ୍ତେ ଏକକାଳୀନ ୧କୋଟି ୯ଲକ୍ଷ ୭୦ ହଜାର ଟଙ୍କା ମଂଜୁର କରିଥିଲେ । ମୋ ସ୍କୁଲ ଅଭିଯାନ ଅର୍ଥ ମଧ୍ୟ ଉକ୍ତ ବିଦ୍ୟା ମନ୍ଦିରରେ ବିନିଯୋଗ ହୋଇଥିଲା । ପରେ ରାଜ୍ୟ ସରକାର ୨୦୨୦ ମସିହାରେ ଉଚ୍ଚାକାଂକ୍ଷା ବିଦ୍ୟାଳୟ ତଥା ୫-ଟି ରୂପାନ୍ତରିତ ବିଦ୍ୟାଳୟରେ ଅର୍ନ୍ତଭୁକ୍ତ କରି ସ୍ମାର୍ଟ କ୍ଲାସ ରୁମ,ଇ-ଲାଇବ୍ରେରୀ,ବିଜ୍ଞାନାଗାର ଏବଂ ଅତ୍ୟାଧୁନିକ କମ୍ପ୍ୟୁଟର କକ୍ଷ ନିର୍ମାଣ କରିବା ସହିତ ସର୍ବାଙ୍ଗୀନ ସୈାନ୍ଦର୍ଯ୍ୟ କରଣ ନିମନ୍ତେ ୩୦ଲକ୍ଷ ଟଙ୍କା ମଂଜୁର କରିଥିଲେ । ଏହି ସବୁ ଅର୍ଥ ବ୍ୟୟରେ ବିଦ୍ୟାମନ୍ଦିର ନୂତନତ୍ୱ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ରବିବାର ପବିତ୍ର ଶିଶୁ ଦିବସ ଅବସରରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ଏକ ନୂତନ ରୂପକୁ ନେଇ ବିଦ୍ୟାମନ୍ଦିର ହସି ଉଠିଛି ।