Odiapua.com

ହଷ୍ଟେଲରେ ନିମ୍ମମାନର ଖାଦ୍ୟ ଓ ବିଭିନ୍ନ ସମସ୍ୟା ନେଇ ଛାତ୍ରୀ ମାନେ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ

ମାଲକାନଗିରି,୬ା୧୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପୋଟେରୁ ପୁଲିମେଟଲା ଠାରେ ଥିବା ୧୦୦ଶଯ୍ୟାବିଶିଷ୍ଟ ଛାତ୍ରୀନିବାସରେ ଅନ୍ତେବାସିନୀ ଠିକ ଭାବେ ଖାଦ୍ୟପେୟ ନପାଇବା ଓ ହଷ୍ଟେଲର ବିଭିନ୍ନ ସମସ୍ୟା କୁ ନେଇ ଛାତ୍ରୀନିବାସର ଛାତ୍ରୀମାନେ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇ ତୁରନ୍ତ ସମସ୍ୟା ଦୁର କରିବା ପାଇଁ ଅନୁରୋଧ କରିଛନ୍ତି । ଏ ସଂପର୍କରେ ଜାଣିବା ପରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ମାଲକାନଗିରି ବିଜ୍ଞାନପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା,ମାଲକାନଗିରି ବ୍ଲକଶିକ୍ଷାଅଧିକାରୀ ଏଚ.ବି.ସମରଥ, କୋରକୁଣ୍ଡା ବ୍ଲକ ଶିକ୍ଷାଅଧିକାରୀ ପତିତପାବନ ଦାଶ ଘଟଣାସ୍ଥଳରେ ପହଁଚି ଛାତ୍ରୀମାନଙ୍କୁ ବୁଝାଇ ସେମାନଙ୍କୁ ସ୍ୱତନ୍ତ୍ର ଗାଡିରେ ପୋଟେରୁ ପୁଲିମେଟଲା ଛାତ୍ରୀନିବାସରେ ନେଇ ଛାଡି ଛାତ୍ରୀମାନଙ୍କ ଅଭିଯୋଗ ସଂପର୍କରେ ତଦନ୍ତ କରିଥିଲେ । ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ଠିକ ଭାବେ ଖାଦ୍ୟପେୟ ଦିଆ ଯାଉନାହିଁ,ପାଣିଆ ଡାଲି ସାଙ୍ଗକୁ ନିମ୍ମମାନର ଖାଦ୍ୟ ଦିଆ ଯାଉଛି, ଶନିବାର ଓ ରବିବାର ଦିନ ସକାଳର ଜଳଖିଆ ଦିଆଯାଉନାହିଁ,ହଷ୍ଟେଲରେ ଲାଇଟ,ଫ୍ୟାନ ଖରାପ ହୋଇଥିଲେ ମଧ୍ୟ ଲଗାଯାଉନାହିଁ,ଛାତୀନ୍ରିବାସ ପରିଚାଳନା ଦାଇତ୍ୱରେ ଥିବା ଶିକ୍ଷୟତ୍ରୀ ଙ୍କ ମନମୁଖି କାରବାର,ତେଲ ସାବୁନ ନଦେବା, ଦେହ ଖରାପ ହେଲେ ଡାକ୍ତରଖାନାକୁ ନ ନେବା,କ୍ରୀଡା ସାମଗ୍ରୀ ଯୋଗାଇ ନ ଦେବା ଆଦିସମସ୍ୟା ସଂପର୍କରେ ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମାଚଂଳରେ ଥିବା ଗରିବ ଝିଅ ମାନଙ୍କୁ ପାଠପଢାଇ ଶିକ୍ଷିତ କରିବା ଉଦେଶ୍ୟରେ ଏମପିଭି ୬ ପୁଲିମେଟଲା ଠାରେ ଏକ ୧୦୦ଶଯ୍ୟାବିଶିଷ୍ଟ ହଷ୍ଟେଲ ଖୋଲା ଯାଇପ୍ରଥମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢୁଥୁବା ଛାତ୍ରୀ ମାନଙ୍କୁ ସେଠାରେ ରଖାଯାଇ ଜିଲ୍ଲାପ୍ରଶାସନ ପକ୍ଷରୁ ମାଗଣାରେ ଶିକ୍ଷାବ୍ୟବସ୍ଥା କରାଯାଇଛି । ଏହି ଛାତ୍ରୀନିବାସ ପରିଚାଳନା ପାଇଁ ପୁଲିମେଟଲା ର ଜଣେ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଘରଦ୍ୱାରା ଛାଡି ଆସିଥିବା ଆଦିବାସୀ ପିଲାମାନଙ୍କୁ ଏହି ଛାତ୍ରୀନିବାସ ପରିଚାଳନା କରୁଥିବା ଶିକ୍ଷୟତ୍ରୀ ଠିକ ଭାବେ ଖାଦ୍ୟ,ସ୍ୱାସ୍ଥ୍ୟ,ଶିକ୍ଷା ସହ ଅନ୍ୟାନ ବ୍ୟବସ୍ଥା ପ୍ରତି ଗରୁତ୍ୱ ଦେଇନଥାନ୍ତି । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ପୋଟେରୁ ପୁଲିମେଟଲା ଛାତ୍ରୀନିବାସ କୁ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଯାଇ ଯେପରି ଛାତ୍ରୀମାନଙ୍କର ଖାଇବା,ରହିବା, ସ୍ୱାସ୍ଥ୍ୟ,ଶିକ୍ଷା ସହ ଅନ୍ୟାନ ଅସୁବିଧା ନ ହେବ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ହଷ୍ଟେଲ ସୁପରିଟେଣ୍ଡେଟଂ ଙ୍କୁ ତାଗିଦ କରିବାସହ ସେଠାରେ ଯାଇ ଛାତ୍ରୀମାନଙ୍କ ଅଭିଯୋଗ ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତ