Odiapua.com

ହର ଘର ତ୍ରିରଙ୍ଗା : ଡାକଘରୁ ଅନ୍ଲାଇନରେ କିଣିପାରିବେ ଜାତୀୟ ପତାକା

ନୂଆଦିଲ୍ଲୀ, ୧୦/୮(ଓଡ଼ିଆ ପୁଅ): ଡାକଘର ପକ୍ଷରୁ ଜାତୀୟ ପତାକା ଗୋଟିକୁ ୨୫ଟଙ୍କା ହିସାବରେ ବିକ୍ରି କରାଯାଉଛି। ଏହି ପତାକାଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି।

ଇ-ଡାକଘର ପୋର୍ଟାଲ ଜରିଆରେ ମଧ୍ୟ ନାଗରିକମାନେ ଜାତୀୟ ପତାକା ଅନ୍ଲାଇନରେ କିଣିପାରିବେ।

ଠିକ୍ ସମୟରେ ପତାକା ପହଞ୍ଚାଇବା ଦୃଷ୍ଟିରୁ ନାଗରିକମାନେ ଅଗଷ୍ଟ ୧୨, ୨୦୨୨ ପୂର୍ବରୁ ଜାତୀୟ ପତାକା ପାଇଁ ଅନ୍ଲାଇନ ଅର୍ଡର କରିବାକୁ ଡାକବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ଦେଶର ଗର୍ବିତ ନାଗରିକମାନଙ୍କ ନିକଟରେ ଜାତୀୟ ପତାକା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ଦେଶବ୍ୟାପୀ ଡାକ ବିଭାଗ ପକ୍ଷରୁ ପତାକା ପିଛା ୨୫ଟଙ୍କା ହିସାବରେ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି। ବିପୁଳ ଜନସାଧାରଣ ମଧ୍ୟ ଇ-ଡାକଘର ପୋର୍ଟାଲ (https://www. epostoffice.gov.in/Product Details/Guest_productDetailsProdid=ca୬wTEVyMuWlqlgDBTtyTw== ) ଜରିଆରେ ଏଥିପାଇଁ ଅନ୍ଲାଇନରେ ଅର୍ଡର କରୁଛନ୍ତି।

ଡାକବିଭାଗ ପହଞ୍ଚାଇବା ବାବଦ ଦେୟ ନ ନେଇ ଦେଶର ଯେ କୌଣସି ସ୍ଥାନରେ ଜାତୀୟ ପତାକା ପହଞ୍ଚାଇବାରେ ବ୍ୟବସ୍ଥା ମଧ୍ୟ କରିଛି। ସମୟୋଚିତ ପତାକା ପାଇବା ସୁନିଶ୍ଚିତ କରିବା ପାଇଁ ନାଗରିକଗଣ ଅଗଷ୍ଟ ୧୨, ୨୦୨୨ ମଧ୍ୟରାତ୍ରୀ ପୂର୍ବରୁ ଅନଲାଇନରେ ଅର୍ଡର କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।