Odiapua.com

ହରିୟାଣା : ଉପନିର୍ବାଚନ ପୂର୍ବରୁ ବିଜେପି ନେତା ଗୋବିନ୍ଦ କାଣ୍ଡାଙ୍କୁ ଗୁରୁଦ୍ୱାରରୁ ଜବରଦସ୍ତ ଧକ୍କାମାରି ବାହାର କଲେ କୃଷକ

ନୂଆ ଦିଲ୍ଲୀ ୧୦ -୧୦ (ଓଡ଼ିଆ ପୁଅ) ବିଜେପି ନେତା ଗୋବିନ୍ଦ କାଣ୍ଡା ଗୁରୁଦ୍ୱାରରେ ପହଞ୍ଚିବା ବିଷୟରେ ସୂଚନା ପାଇବା ମାତ୍ରେ ଡଜନ ଡଜନ କୃଷକ ମଧ୍ୟ ସେଠାରେ ପହଞ୍ଚିଥିଲେ। କୃଷକମାନେ ସ୍ଲୋଗାନ ଦେଇ ଜବରଦସ୍ତ ଗୁରୁଦ୍ୱାରରେ ପ୍ରବେଶ କରି କାଣ୍ଡାକୁ ଧକ୍କାମାରି ବାହାର କରିଦେଇଥିଲେ।

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ କୃଷକଙ୍କ କ୍ରୋଧ ବଢ଼ିବାରେ ଲାଗିଛି। ଶନିବାର ଦିନ ହରିୟାଣାର ଏଲେନାବାଦ ବିଧାନସଭା ଆସନ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଗୋବିନ୍ଦ କାଣ୍ଡାଙ୍କୁ କୃଷକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ଶନିବାର ସନ୍ଧ୍ୟାରେ ଯେତେବେଳେ ଗୋବିନ୍ଦ କାଣ୍ଚା ମାଥା ଟେକିବା (ଗୁରୁଦ୍ୱାରାରେ ମୁଣ୍ଡ ନୁଆଁଇଁ ପ୍ରଣାମ କରିବା) ପାଇଁ ଗୁରୁଦ୍ୱାର ସିଂ ସଭାରେ ପହଞ୍ଚିଥିଲେ, ସେତେବେଳେ କୃଷକମାନେ ଖବରପାଇ ତାଙ୍କୁ ଗୁରୁଦ୍ୱାରରୁ ଏହି ସମୟରେ କୃଷକମାନେ ମଧ୍ୟ ଠେଲି ହୋଇଥିବାର କୁହାଯାଉଛି।

ଗୋବିନ୍ଦ କାଣ୍ଡାଙ୍କ ସହ ଉପସ୍ଥିତ ଥିବା ବିଜେପି ନେତା ଜସବୀର ସିଂ ଚହଲଙ୍କୁ ମଧ୍ୟ ଧକ୍କାମାରି ବାହାର କରି ଦିଆଯାଇଥିଲା। ଚାଷୀଙ୍କ ବିରୋଧ ଦେଖି ଗୋବିନ୍ଦ କାଣ୍ଡାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ତାଙ୍କୁ ସେଠାରୁ ବାହାରକୁ ଆଣିଥିଲେ।

ସୂଚନାଯୋଗ୍ୟଯେ, ଅକ୍ଟୋବର ୩୦ ରେ ହରିୟାଣାର ଏଲେନାବାଦ ଆସନ ପାଇଁ ମତଦାନ ହେବ। ଏହା ପରେ ନଭେମ୍ବର ୨ ରେ ଭୋଟ୍ ଗଣନା କରାଯିବ। ନିକଟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଗୋବିନ୍ଦ କାଣ୍ଡାଙ୍କୁ ବିଜେପି-ଜେଜେପି ସହଯୋଗୀ ଦଳ ପ୍ରାର୍ଥୀ କରିଛନ୍ତି। ଗୋବିନ୍ଦ କାଣ୍ଡା ହରିୟାଣା ଲୋକହିତ ପାର୍ଟିର ମୁଖ୍ୟ ତଥା ବିଧାୟକ ଗୋପାଳ କାଣ୍ଡାଙ୍କ ଭାଇ।