Odiapua.com

ହରିରାଜପୁର ମେଲଣ ପର୍ବରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଉଦବୋଧନ

ଭୁବନେଶ୍ୱର ତା ୧୬.୦୩.୨୦ (ଓଡ଼ିଆ ପୁଅ)- ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହରିରାଜପୁର ମେଲଣର ବିଭିନ୍ନ ମଂଚକୁ ଯାଇ ସେଠାରେ ଦୋଳ ଯାତ୍ରାକୁ ଆସିଥିବା ହଜାର ଭକ୍ତଙ୍କୁ ଉତ୍ସାହିତ କରିବା ସହ ସାଂସ୍କୃତିକ କାର୍ଯକ୍ରମରେ ଉଦବୋଧନ ଦେଇଥିଲେ। ତାଙ୍କ ଅଭିଭାଷଣରେ ଏହି ମେଲଣ ପର୍ବକୁ ଏକ ଜାତୀୟ ପର୍ବ କହିବା ସହ ଏହା ଭାରତୀୟ ସଂସ୍କୃତିରେ ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକତାର ପ୍ରତୀକ ବୋଲି କହିଥିଲେ। ସମସ୍ତଙ୍କୁ ସେ ଭାଇଚାରାର ଆହ୍ୱାନ ମଧ୍ୟ ଦେଇଥିଲେ। କରୋନା ମହାମାରୀ ପ୍ରତି ସତର୍କ ରହିବା ସହ ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ କରୋନାର ଭୟ ରହିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ।