Odiapua.com

ହରିଦାସପୁର- ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୧୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ହରିଦାସପୁର- ପାରାଦୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ ପୈାରସଂସ୍ଥା ପରିଚାଳିତ ଦୃଷ୍ଟିହୀନ ବିଦ୍ୟାଳୟକୁ ଯାଇଥିବା ବେଳେ ସମାଜସେବୀ ସମୀର କୁମାର ଚାନ୍ଦ ସେଠାରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ପ୍ରାୟ ଦୁଇବର୍ଷରୁ ଉର୍ଦ୍ଧ୍ୱ ହେବ ଉପରୋକ୍ତ ରେଳପଥ ଦ୍ୱାରା କେନ୍ଦ୍ରାପଡାକୁ ସଂଯୋଗ କରାଯାଇଥିବା ବେଳେ ସେହି ରେଳପଥ ଦେଇ ଏପର୍ଯ୍ୟନ୍ତ କୈାଣସି ଯାତ୍ରୀବାହୀ ରେଳ ଚଳାଚଳ କରି ନାହିଁ। ଫଳରେ କେନ୍ଦ୍ରାପଡାର ଜନସାଧାରଣ ଏହି ରେଳପଥର କୈାଣସି ସୁଫଳ ପାଇପାରୁ ନାହାନ୍ତି କି ସେମାନଙ୍କ ଆର୍ଥିକ ବିକାଶରେ ଏହି ରେଳପଥ ସହାୟକ ହୋଇପାରିନାହିଁ। ତେଣୁ କେନ୍ଦ୍ରାପଡା ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯାଇ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦେଶ ପ୍ରଦାନ କରିବାକୁ ସମାଜସେବୀ ଶ୍ରୀ ଚାନ୍ଦ ରାଜ୍ୟପାଳଙ୍କୁ ନିବେଦନ କରିଥିଲେ।