Odiapua.com

ହରିଣ ଉଦ୍ଧାର

ତିର୍ତ୍ତୋଲ୨୫/୪ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ସାଆଂସ ଖରଖରି ଗ୍ରାମରେ ଏକ ହରିଣ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଆଜି ଏହି ଗ୍ରାମ ନିକଟରେ ହରିଣଟି ବୁଲୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ। ହରିଣଟିକୁ ଗ୍ରାମବାସୀମାନେ ଉଦ୍ଧାର କରି ଫରେଷ୍ଟ୍ରରକୁ ଖବର ଦେଇଥିଲେ। ଜଗତସିଂପୁର ସଦର ଫରେଷ୍ଟର ରାଜେନ୍ଦ୍ର ସାମନ୍ତରାୟ, ରାହାମା ଫରେଷ୍ଟର ଶୁକାନ୍ତ ବେହେରା, କିଲିପାଳ ଫରେଷ୍ଟଗାର୍ଡ଼ ଉଲ୍ଲାସ ଚନ୍ଦ୍ର ସ୍ୱାଇଁ ସେହି ଗ୍ରାମରେ ପହଞ୍ଚି ହରିଣଟି ଉଦ୍ଧାର କରି ନିକଟରେ ଥିବା ଧଡ଼ତଙ୍ଗଡ଼ ଜଙ୍ଗଲରେ ଛାଡ଼ିଥିବା ସୂଚନା ମିଳିଛି।