Odiapua.com

ହରିଚନ୍ଦନପୁର ନୂତନ ଥାନା ଅଧିକାରିଣୀଙ୍କୁ ହରିଚନ୍ଦନପୁର ପ୍ରେସ୍ କ୍ଲବ୍ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ହରିଚନ୍ଦନପୁର,ତା ୧୮ ମଇ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନାର ନୂତନ କାର୍ଯ୍ୟଭାର ନେଇଥିବା ଥାନା ଅଧିକାରିଣୀ ସୁସ୍ମିତା ଦେବତାଙ୍କୁ ମଙ୍ଗଳବାର ଦିନ ହରିଚନ୍ଦନପୁର ପ୍ରେସ୍ କ୍ଳବ୍ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ହରିଚନ୍ଦନପୁର ପ୍ରେସ୍ କ୍ଳବର ସଭାପତି ପ୍ରଶାନ୍ତ ନାୟକ ଉପ ସଭାପତି ପ୍ରେମାନନ୍ଦ ଦାସ, କୋଷାଧକ୍ଷ ପରେଶ କୁମାର ସେଠୀ, କ୍ଳବର ସଦସ୍ୟ ଅନିଲ କୁମାର ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ଭବାନୀ ପ୍ରସାଦ ମହାନ୍ତ, ଉତ୍ତମ କୁମାର ଗିରି, ଲକ୍ଷ୍ମଣ କୁମାର ମହାନ୍ତ, ଦୁଷ୍ମନ୍ତ ମହାକୁଡ଼, ଆଦି କରୋନା ମହାମାରୀକୁ ଆଖି ଆଗରେ ରଖି ସାମାଜିକ ଦୂରତାରେ ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ଉପସ୍ଥିତ ଥିଲେ । ଏଥିସହ ଏଅଞ୍ଚଳରେ କରୋନା ରୋଗର ମୁକାବିଲା ପାଇଁ ସୂତନ୍ତ୍ର ଦୃଷ୍ଟି ଦିଆଯିବା ସହ ଗ୍ରାମାଞ୍ଚଳ ଲୋକଙ୍କୁ କିପରି ଭାବେ ଟୀକା ନେବା ପାଇଁ ସଚେତନ କରାଯାଇପାରିବ ସେ ନେଇ ପରସ୍ପର ମଧ୍ୟରେ ଆଲୋଚନା ହୋଇଥିଲା ।