Odiapua.com

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ବୟାବନାପୁର ପଞ୍ଚାୟତର ଚନ୍ଦ୍ରଭାନୁପୁର ଖେଳ ପଡିଆରେ ଚତୁର୍ଥ ଆନ୍ତଃଜିଲ୍ଲା ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଏକ ବନ୍ଧୁତ୍ୱପୂଣ୍ଣ ମ୍ୟାଚ ପି.ଆର.ଆଇ. ଓ ବ୍ଲକ କର୍ମଚାରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରିପୋଖରୀ ବ୍ଲକ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୧ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମାନସ ସାମଲ ୨୧ବଲରୁ ୫୫ ରନ ସଂଗ୍ରହ କରିଥିଲେ। ପ୍ରତିପକ୍ଷ ଦଳର ବୋଲର ଦିପ୍ତୀସୂର୍ଯ୍ୟ ବିଶ୍ୱାଳ ୪ ଓଭରରେ ୩୦ ରନ ଦେଇ ୪ ଉଇକେଟ ହାସଲ କରିଥିଲେ। ପି.ଆର.ଆଇ. ଦଳ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୬୭ ରନ ସଂଗ୍ରହ କରି ପରାଜିତ ହୋଇଥିଲା। ପ୍ରତିପକ୍ଷ ବୋଲର ଅଲେଖ ଦାସ ୪ ଓଭରରେ ୧୭ ରନ ଦେଇ ୪ ଉଇକେଟ ହାସଲ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ମାନସ ସାମଲଙ୍କୁ ବିଡିଓ ବିଜୟ କୁମାର ସାହୁ ପୁରସ୍କୃତ କରିଥିଲେ। ରାମଚନ୍ଦ୍ର ଦାସ ଓ ସତ୍ୟବତ୍ର ଚନ୍ଦ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ। ଶୋଭନ ଶଙ୍ଖୁଆ ସ୍କୋରର ଏବଂ ଭାଷ୍ୟକାର ଭାବେ ସୁବ୍ରତ ସାହୁ ଦାଇତ୍ୱ ତୁଲାଇଥିଲେ। ରବିବାର ଧବଳଗିରି ଓ ବାସୁଦେବପୁର କ୍ରିକେଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।