Odiapua.com

ହରମୋହନ ମହାପାତ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ବାସୁଦେବପୁର ଉତ୍କଳିକା

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିିଗ୍ଧା ରାୟ) – ସ୍ଥାନୀୟ ଚନ୍ଦ୍ରଭାନୁପୁର କ୍ରିକେଟ ପଡିଆରେ ହରମୋହନ ମହାପାତ୍ର ମେମୋରିଆଲ କ୍ରିକେଟ ୬ଷ୍ଠତମ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ବୟାବନାପୁର ସରପଞ୍ଚ ମିନତୀ ସାହୁ ମୁଖ୍ୟଅତିଥି, ସମାଜସେବୀ ରଜନୀକାନ୍ତ ଚନ୍ଦ, ଲଳିତ କୁମାର ରାଉତ ଓ ବିକ୍ରମ କେଶରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଉଦଘାଟନୀ ଦିବସରେ ଅନୁଷ୍ଠିତ ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ବାସୁଦେବପୁର ଉତ୍କଳିକା ଓ ଭଦ୍ରକ ସୂର୍ଯ୍ୟଶିଖା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉତ୍କଳିକା ଏକାଦଶ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲେ । ଏହି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୩୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମାନସ ମୁଦୁଲି ଶତକୀୟ ଇନିଂସ ଖେଳି ସର୍ବାଧିକ ୧୧୩ ରନ ସ୍କୋର କରିଥିଲେ । ପ୍ରତିପକ୍ଷ ବୋଲର ନନ୍ଦୁ ମୁଣ୍ଡା ୪ ଓଭର ବୋଲିଂ କରି ୩୬ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ସୂର୍ଯ୍ୟଶିଖା ଦଳ ୧୯ ଓଭରରେ ସମସ୍ତ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରି ପରାଜିତ ହୋଇଥିଲା । ମ୍ୟାନ ଅଫଦି ମ୍ୟାଚ ବିବେଚିତ ମାନସ ମୁଦୁଲିଙ୍କୁ ରଶ୍ମିରଞ୍ଜନ ଚନ୍ଦ ପୁରସ୍କୃତ କରିଥିଲେ । ରାମଚନ୍ଦ୍ର ଦାସ ଓ ଅଶୋକ ରାଉତ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ । ଦିବ୍ୟରଞ୍ଜନ ବେହେରା ସ୍କୋରର, ସୁଦାମ ମଲ୍ଲିକ ଓ ପ୍ରଦୀପ ଜେନା ଧାରାବିବରଣୀ ପ୍ରଦାନ କରିଥିଲେ ।