Odiapua.com

ହରଭଜନ ସିଂ, ରାଘବ ଚଢ଼ା ଏବଂ ସନ୍ଦୀପ ପାଠକଙ୍କ ନାମରେ ଆମ୍ ଆଦମୀ ପାର୍ଟି ଲଗାଇଲା ମୋହର, ଯିବେ ରାଜ୍ୟସଭା

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ହରଭଜନ ସିଂ, ରାଘବ ଚଢ଼ା ଏବଂ ସନ୍ଦୀପ ପାଠକଙ୍କ ନାମରେ ଆମ୍ ଆଦମୀ ପାର୍ଟି ଲଗାଇଲା ମୋହର। ଏହି ନେତାମାନେ ଏବେ ଯିବେ ରାଜ୍ୟସଭା।

ଏତଦ୍ ବ୍ୟତୀତ ଲଭଲି ପ୍ରଫେସନାଲ ୟୁନିଭରସିଟି କୁଳପତି ଅଶୋକ ମିତ୍ତଲ ମଧ୍ୟ AAP ପାର୍ଟିରୁ ରାଜ୍ୟସଭାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ରାଘବ ଚଢ଼ା, AAP ପଞ୍ଜାବର ସହ-ଦାୟୀତ୍ତ୍ୱରେ ଥିବା ବେଳେ ଡଃ ସନ୍ଦୀପ ପାଠକ ଆଇଆଇଟି ପ୍ରଫେସର ଅଟନ୍ତି ଓ AAP ପାଇଁ ରଣନୀତିଜ୍ଞ ଭାବରେ ବେଶ ଜଣାଶୁଣା ଏବଂ ହରଭଜନ ସିଂ, ପୂର୍ବତନ କ୍ରିକେଟର ଭାବେ ବେଶ ଲୋକପ୍ରିୟ।