Odiapua.com

ହରଭଙ୍ଗି ଡ୍ୟାମ୍ ରେ ଵୁଢୀ ମାଈଁ ଭାଣିଜିର ମୃତ୍ୟୁ

ମୋହନା,୦୨/୦୫ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଅଡବା ନିକଟସ୍ଥ ହରଭଙ୍ଗି ଡ୍ୟାମରୁ ଦୁଇ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ବିଶେଷ ସୁତ୍ରରୁ ଜଣାପଡିଛି ଯେ ଅଡବା ଥାନା ଅନ୍ତର୍ଗତ ବୁଢ଼ାଢିଅ ଗ୍ରାମର ଦୁଇ ମହିଳା ଏବନି ମଣ୍ଡଳ ଓ ଇସ୍ମାଞ୍ଜଳି ମଣ୍ଡଳ ଉଭୟଙ୍କ ହରଭଙ୍ଗି ଡ୍ୟାମରେ ଵୁଢି ମୃତ୍ୟୁ ଘଟିଛି। ଅଚଂଳ ବାସିଙ୍କ କହିବା ପ୍ରକାରେ ସେ ଦୁହେଁ ମାଇଁ ଏବନି ମଣ୍ଡଳ ଓ ଭାଣିଜି ଇସ୍ମାଞ୍ଜଳି ମଣ୍ଡଳ କାଜୁ ବାଡରୁ କାଜୁ ତୋଳି ସାରି ପ୍ରଥମେ ଭାଣିଜି ଡ୍ୟାମରେ ଗାଧ ଉଥିବାବେଳେ ଗୋଡ଼ଖସି ପଡିଯାଇଥିଲେ ଏହା ଦେଖି ମାଇଁ ସେଠାରେ ପହଞ୍ଚି ଉଧାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଗଭିର ପାଣି ଯୋଗୁଁ ସେ ମଧ୍ୟ ବୁଡିଯାଇଥିଲେ। ଏବଂ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାର ଖବର ପାଇ ଅଡବା ପୋଲିସ ଓ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ସ୍ଥାନାନ୍ତରିତ କରିଛନ୍ତି। ମୋହନା ତହସିଲଦାର କଲ୍ୟାଣୀ ସଂଘ ମିତ୍ରା ଦେବୀ ଘଟଣାସ୍ଥଳରେ ପହଂଚି ଏହାର ପ୍ରାଥମିକ ତଦନ୍ତ କରି ଓ ସହାୟତା ପ୍ରଦାନ କରାଯିବ ବୋଲି ପରିବାର ବର୍ଗଙ୍କ ଆସ୍ବାସନା ଦେଇଛନ୍ତି।