Odiapua.com

ହନୁମାନ ମନ୍ଦିର ଉଚ୍ଛେଦକୁ ବିରୋଧ:ଗିରଫ କଲା ପୋଲିସ

ବ୍ରହ୍ମପୁର;୧୩,ଜୁନ(ଦେବଦତ୍ତ ରଥ):ବ୍ରହ୍ମପୁର ରାମଲିଙ୍ଗ ବନ୍ଧ ରୋଡ଼ରେ ଥିବା “ଶ୍ରୀ ଶଙ୍କଟମୋଚନ ହନୁମାନ” ମନ୍ଦିରକୁ ପ୍ରଶାସନ ପକ୍ଷରୁ ଉଛେଦ ପାଇଁ କରାଯିବାକୁ ଥିବା ଉଦ୍ୟମକୁ ବିରୋଧ କରାଯାଇଛି।ବିଶ୍ୱ ହିନ୍ଦୁ ପରିଷଦ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ମହନ୍ତ ଚିନ୍ମୟାନନ୍ଦ ଦାସଙ୍କ ନେତୃତ୍ୱରେ ଗତ ରାତିସାରା ଉଜାଗର ରହି ବିଶ୍ବହିନ୍ଦୁ ପରିଷଦ ଏବଂ ବିଜେପି କାର୍ଯ୍ୟକର୍ତ୍ତା ମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଥିଲେ।


ରାଜ୍ୟ ସରକାର ତଥା ପ୍ରଶାସନର ଏପରି ହିନ୍ଦୁ ବିରୋଧୀ ମାନସିକତାକୁ ବିରୋଧ କରିବାକୁ ଅଧିକରୁ ଅଧିକ ହିନ୍ଦୁ ସମାଜ ମନ୍ଦିର ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ କରିବାକୁ ମହନ୍ତ ଚିନ୍ମୟାନନ୍ଦ ଆହ୍ୱାନ କରିଛନ୍ତି।କିନ୍ତୁ ଏବେ ଭୋରରୁ ପୋଲିସ ଚିନ୍ମୟାନନ୍ଦଙ୍କ ସମେତ ଧାରଣାରେ ବସିଥିବା ଭିଏଚପି ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।