ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବିଜ୍ଞାପିତ ଅଞ୍ଚଳ ଅଧିନ ତିହିଡି଼ ଚନ୍ଦନ ସାହିରେ ମହାବୀର ହନୁମାନଙ୍କର ୧୫ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ସକାଳେ କଳସ ଶୋଭାଯାତ୍ରାରେ ଅଣାଯାଇ ପୂଜାମଣ୍ଡପରେ ସ୍ଥାପନ କରାଯାଇଥିଲା। ପଣ୍ଡିତ ଲକ୍ଷ୍ମୀଧର କର, ଓଁକାର ପଣ୍ଡା, ମନୋଜ ପାଢ଼ୀ ଓ କର୍ତ୍ତା ଭାବେ ପ୍ରକାଶ ଚନ୍ଦ୍ର ରାଉଳ ଓ ପତ୍ନୀ ଜୟନ୍ତୀ ରାଉଳ ପୂଜାକାର୍ଯ୍ୟ ତୁଲାଇଥିଲେ। କଳସ ସ୍ଥାପନ ପରେ ସୂର୍ଯ୍ୟପୂଜା କରାଯାଇ ହନୁମାନ ଚାଳିଶା ପାଠ କରାଯାଇଥିଲା। ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ। ସରସ୍ୱତୀ ରାଉଳ, ପାର୍ଥସାରଥୀ ନାୟକ,ପ୍ରଭାତ କୁମାର ରାଉଳ, ରମାକାନ୍ତ ନାଥ, ବିବେକାନନ୍ଦ ନାୟକ,ପ୍ରଶାନ୍ତ ଓଝା, ଶିବପ୍ରସାଦ ନାଥ,ଅଶୋକ ଓଝା, ଅକ୍ଷୟ ଓଝା, ନିରଞ୍ଜନ ଓଝା,ଗୋପବନ୍ଧୁ ରାଉତ, ବାପି ଓଝା, ପ୍ରମୁଖଙ୍କ ସମେତ ଗ୍ରାମବାସୀ ପୂଜାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।