Odiapua.com

ହନୁମାନଜୀଉଙ୍କ ପଞ୍ଚଦଶତମ ବାର୍ଷିକୋତ୍ସବ

ତିର୍ତ୍ତୋଲ ୨୧/୧୨ (ଓଡ଼ିଆ ପୁଅ/ଟୁକନ ସେଠୀ)ତିର୍ତ୍ତୋଲ ବ୍ଲକର ଗୋପାଳପୁର ଶଙ୍ଖେଶ୍ୱର ଗ୍ରାମର ହନୁମାନଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ହନୁମାନ କୃପା ପରିଷଦର ୧୫ତମ ବାଷିକୋତ୍ସବ ଗତ ୧୪ ତାରିଖରୁ ଆରମ୍ଭ ହୋଇଯାଇଛି। ୧୪ ତାରିଖରୁ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ଘୃତଯଞ୍ଚ ଆରମ୍ଭ ହୋଇଯାଇଛି। ଆଗାମୀ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଘୃତ ଯଞ୍ଚ ଆରମ୍ଭ ହେବ। ନବଦିନବ୍ୟାପୀ ପାରାୟଣରେ ବ୍ୟାସଭାବେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ ଓ ଧାରକ ଭାବେ ପଣ୍ଡିତ ପ୍ରଭାତ ରଂଜନ କର ଏବଂ ଯଞ୍ଜର ପ୍ରଧାନ ଅଚାର୍ଯ୍ୟ ଭାବେ ବୈଦିକ ପଣ୍ଡିତ ନିରଂଜନ ଦାଶ ଯୋଗଦେଉଛନ୍ତି। ପ୍ରତ୍ୟେହ ରାମଚରିତ ମାନସ ପାରାୟଣ ସହିତ ବିଭିନ୍ନ ଦିବସର ସୂର୍ଯ୍ୟପୂଜା, ଆବାହିତ ଦେବାଦେବୀଙ୍କ ପୂଜନ, ହନୁମାନଜୀଉଙ୍କ ଅଭିଷେକ ଉତ୍ସବ ଅନୁଷ୍ଠିତ ହେବ। ଆସନ୍ତା୨୫ ତାରିଖ ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ହେବ ବୋଲି ହନୁମାନ କୃପା ପରିଷଦର ସଭାପତି ରଂଜନ କୁମାର ବେହେରା ସୂଚନା ଦେଇଛନ୍ତି।