Odiapua.com

ହତ୍ୟା ଅଭିଯୋଗ ନିଜ ମୁଣ୍ଡରେ ନେଲା ଭାଇ

ଟିଟିଲାଗଡ଼ ୭-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲl ଟିଟିଲାଗଡ଼ ଉପଖଣ୍ଡ ଅଂଚଳରେ ଇତି ମଧ୍ୟରେ ଅନେକ ହତ୍ୟା ମାମଲା ଘଟିଥିବା ଓ ଅଭିଯୁକ୍ତ ମାନେ ଗିରଫ ବି ହୋଇଛନ୍ତି ହେଲେ ଏକ ହତ୍ୟା ମାମଲାରେ ଦୋଷୀ ବଦଳରେ ଜଣେ ନିର୍ଦୋଷୀ ଜେଲ ରେ ଅଛି। ଶହେ ଦୋଷୀଙ୍କୁ ପଛେ ଦଣ୍ଡ ନ ମିଳୁ ଜଣେ ନିର୍ଦୋଷୀ ଦଣ୍ଡ ନପାଉ। ପ୍ରକାଶ ଯେ, ସେପ୍ଟେମ୍ବର ଦଶ ତାରିଖ ଦିନରେ ସାତବହନୀ ଜଙ୍ଗଲ ପୋଲ ରେବବ୍ଲୁ ନାମକ ଜଣେ ଯୁବକର ମୃତ ଦେହ ପୋଲିସ ଉଦ୍ଧାର କରିଥିଲା ହେଲେ ହତ୍ୟା ଅନୁମାନ କରାଯାଉଥିବାବେଳେ କାରଣ ଜଣା ପଡି ନ ଥିଲା। ପୋଲିସ ତଦନ୍ତ ଚାଲିଥିବା ବେଳେ ରାୟପୁରରେ ରିକ୍ସା ଚଳାଉଥିବା ଜଣେ ବ୍ୟକ୍ତି ମୁରୀବାହଲ ଥାନାକୁ ଆସି ମୁ ପୂର୍ବ ଶତ୍ରୁତା ଯୋଗୁଁ ମାରିଦେଇଛି କହିଥିଲା ଓ ତାକୁ କୋର୍ଟ ଚାଲାଣ କରିଦିଆଗଲା। ହେଲେ ପ୍ରକୃତ ଘଟଣା ଏବେ ସାମ୍ନାକୁ ଆସିଛି ଓ ମୃତ ପରିବାର ଉକ୍ତ ପ୍ରକୃତ ହତ୍ୟାକାରୀଙ୍କୁ ଗିରଫ ଦାବି କରିଛନ୍ତି। ଘଟଣା କ୍ରମେ ଫକୀର ଲୁହା ଓ ମୃତ ବବ୍ଲୁ ଘନିଷ୍ଠ ବନ୍ଧୁ ଥିଲେ। ଫକୀର ଜଣେ ସ୍ତ୍ରୀ ଲୋକ ସହ ସମ୍ପର୍କ ଦୀର୍ଘଦିନ ରୁ ରଖିଥିଲା ଓ ସେ ୧ ଲକ୍ଷ କୋଡିଏ ହଜାର ଟଙ୍କାର ଗାଡି ବାବକୁ ଟଙ୍କା ଦେଇ ଥିଲା, ଯାହାକି ବବ୍ଲୁ ର ନା ରେ ଗାଡି କିଣା ଯାଇଥିଲା। ହେଲେ ପରେ ଉକ୍ତ ସ୍ତ୍ରୀ ଜଣକ ଫକୀର କୁ ଚିଡି ବବ୍ଲୁ ସହ ଘନିଷ୍ଠତା ବଢାଇ ଥିଲା। ସମ୍ପର୍କ ନ ରଖି ବା ନେଇ ଫକୀର ଓ ବବ୍ଲୁ ମଧ୍ୟରେ ଗଣ୍ଡଗୋଳ ହେଉଥିଲା ଓ ଉକ୍ତ ଗାଡି ଫେରସ୍ତ କରିବାକୁ ବବ୍ଲୁ ଜିଦ ଧରିଥିଲା। ତେବେ ମାଲିକାନା ବଦଳାଇବା ନେଇ ରାଗ ରଖି ଟିଟିଲାଗଡର ଏକ ବିଦ୍ୟାଳୟ ରେ ଗତ ମାସ ଦଶ ତାରିଖ ରେ ଏକ ଭୋଜି ର ଆୟୋଜନ କରି ବବ୍ଲୁ କୁ ଡାକିଥିଲା। ସେଠି ଫକୀର ସହ ପୂର୍ବରୁ ଅନ୍ୟ ଚାରି ଜଣ ଥିଲେ ସେଠି ଭୋଜି ସହ ମଦ ପିଇ ବବ୍ଲୁ କୁ ମାଡ ମାରି ବା ଆରମ୍ଭ କରି ଥିଲେ, ଏହା ଦେଖିଜଣେ ସେଠୁ ଫେରାର ହୋଇଯାଇଥିଲା। ବବ୍ଲୁ ର ତଂଟି ଚିପି ମାରିଦେଇ ଏକ ସ୍କୁଟି ରେ ଟିଟିଲାଗଡ ରେଳ ଷ୍ଟେସନ ରୁ ଏକ ଅଟୋ ନେଇ ସେଥିରେ ବବ୍ଲୁ ର ମୃତ ଶରୀର କୁ ସାତବାହନୀ ଜଙ୍ଗଲ ପୋଲ ନିକଟରେ ପକେଇ ଦେଇଥିଲେ। ପରେ ମୁଖ୍ୟ ଅଭିଯୁକ୍ତ ଫକୀରର ବଡ ଭାଇ ଯିଏ କି ରାୟପୁର ରେ ରିକ୍ସା ଚଳାଉଥିଲା ତାକୁ ଡକେଇ ମୁରୀବାହଲ ଥାନାରେ ହତ୍ୟା କରିଥିବା ସ୍ୱୀକାର କରାଇ ଘଟଣା କୁ ଚପେଇ ଦିଆଯାଇଥିଲା। ଦୁଇ ଲକ୍ଷ ଟଙ୍କା ସହ ଜାମିନ ରେ ମୁକୁଳାଇବା ଚୁକ୍ତି କରିଥିବା ଉକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବନ୍ଧୁ ନାମ ଗୋପନ ରଖି ପ୍ରକାଶ କରିଛି। ତେବେ ଏ ଘଟଣା ର ପୁନଃ ତଦନ୍ତ ପାଇଁ ମୃତ ବବ୍ଲୁ ର ପରିବାର ଲୋକେ ଉଚ୍ଚ କର୍ତୃପକ୍ଷଙ୍କୁ ଲିଖିତ ଆବେଦନ କରିଛନ୍ତି। ଏବେ ମୁଖ୍ୟ ଅଭିଯୁକ୍ତମାନେ ଖୋଲାରେ ବୁଲୁଥିବା ବେଳେ ତୁରନ୍ତ ତଦନ୍ତ ଦାବି ହେଉଛି।