Odiapua.com

ହତ୍ୟା ଅପରାଧୀକୁ ଆଜୀବନ ଜେଲ

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ମିର୍ଜାପୁର ଗ୍ରାମର ପୁରେନ୍ଦ୍ର ମହାରଣାଙ୍କ ପୁତ୍ର ଅରୁଣ ମହାରଣା ଓରଫ ବାଙ୍ଗୁଙ୍କୁ ୩୦୨ ଦଫାରେ ଦୋଷୀ ସାବ୍ୟସ୍ତ କରି ଭଦ୍ରକ ଅତିରିକ୍ତ ଜିଲା ଜଜ୍ ଆଶିଷ କୁମାର ତ୍ରିପାଠୀ ଆଜୀବନ ଜେଲ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏବଂ ଜରିମାନା ଅନାଦେୟ ପୁଣି ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଗତ ୨୦୧୮ ମସିହା ମଇ ମାସ ୨୬ ତାରିଖରେ ମିର୍ଜାପୁର ଗ୍ରାମର ଅର୍ଜୁନ ପରିଡାଙ୍କ ପୁତ୍ର ଅଜୟ ନିଜ ହୋଣ୍ଡା ୟୁନିକନ୍ ମୋଟର ସାଇକେଲରେ ନିଜ ଘରୁ ଧାମନଗର ଯାଉଥିବାବେଳେ ତାଳପଦା କୁମାରପଡା ଗେଟ୍ ନିକଟରେ ଅଭିଯୁକ୍ତ ଅରୁଣ ନିଜ ଅଟୋ ଚଳାଇ ବିପରୀତ ଦିଗରୁ ଆସୁଥିଲା । ସେଠାରେ ଅଜୟକୁ ଧକ୍କା ଦେଇଥିଲା ଓ ସେ ତଳେ ପଡିଯିବା ପରେ ତାକୁ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲା । ଏହି ଘଟଣାବେଳେ ସେହି ଗ୍ରାମର ରବିନ୍ଦ୍ର ଜେନା ଓ ବିଶ୍ୱମ୍ବର ଷଡଙ୍ଗୀ ସଂପୂର୍ଣ୍ଣ ଘଟଣା ଦେଖିଥିଲେ । ଅଜୟ ସେହିଠାରେ ରକତ୍ ଜୁଡୁବୁଡୁ ହୋଇପଡିଥିବାବେଳେ ତା ବାପା ଅରୁଣ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ତାକୁ ଉଦ୍ଧାର କରି ପ୍ରଥମେ ଧାମନଗର ମେଡିକାଲ, ପରେ ସେଠାକୁ ଭଦ୍ରକ ଓ ଅବସ୍ଥା ଗୁରୁତର ଥିବାରୁ କଟକ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ପଠେଇ ଦେଇଥିଲେ । ରାସ୍ତାରେ ଅଜୟ ନିଜ ପିତାଙ୍କୁ ଘଟଣା ସଂପର୍କରେ ସମସ୍ତ କଥା କହିଥିଲା । କଟରେ ପହଞ୍ôଚବାର ୨ ଘଣ୍ଟା ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲା । ତାର ମୃତ୍ୟୁ ପରେ ଅର୍ଜୁନ ପରିଡା ଅରୁଣ ମହାରଣା ବିରୁଦ୍ଧରେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଧାମନଗର ଥାନା କେଶ୍ ନଂ ୮୮/୨୦୧୮ ଦଫା ୩୦୨ ରେ ଏକ ମାମଲା ରୁଜୁ ହୋଇ ଅପରାଧୀ ଅରୁଣକୁ ପୁଲିସ୍ ଗିରଫ କରି ଜେଲ୍ ପଠାଇଦେଇଥିଲା । ସେହିଦିନ ଠାରୁ ସେ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଅଟକ ଥିଲେ । ଏସଟି ନଂ ୧୯୫/୨୦୧୮ ମୂଳେ ମାମଲା ବିଚାରାଧୀନ ଥିଲା । ଆଜି ମାନ୍ୟବର କୋର୍ଟ ରାୟ ପ୍ରକାଶ କରି ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ସୂର୍ଯ୍ୟକାନ୍ତ କୁଅଁର ଓ ଅରୁଣ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ ।