Odiapua.com

ହଜାର କିଲୋଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା: ପିଏସୟୁ ସିଏସଆଇଆର ଫଣ୍ଡରୁ ଯୋଗାଇ ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ

ବାତ୍ୟା ପ୍ରଭାବିତଙ୍କୁ ମାଗଣାରେ ୧ ହଜାର କିଲୋଲିଟର କିକିରୋସିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପତ୍ରର ଉତ୍ତର:

– ୩.୨ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅଥବା ରାଜ୍ୟ ତହବିଲକୁ ଯୋଗାଇ ଦିଆଯିବ
– ଆଉ ଅତିରିକ୍ତ ୧ ହଜାର କଲୋଲିଟର କିରୋସିନ ରାଜ୍ୟ ସରକାରୀ ବ୍ୟବସ୍ଥାରେ ନେବା ପାଇଁ ଆବଶ୍ୟକିୟ ଅନୁମତି ପ୍ରଦାନ କରାଯାଇଛି
– ବାତ୍ୟା ପରେ ପରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ଉପଲବ୍ଧ କରାଯାଇଛି
– ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଏହା ଅଧୀନରେ ଥିବା ରାଷ୍ଟାୟତ ଉଦ୍ୟେଗ ଗୁଡିକ ବାତ୍ୟା ପ୍ରଭାବିତ ଓଡିଶାରେ ରିଲିଫ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୧୩ (ଓଡ଼ିଆ ପୁଅ) – ଓଡିଶାର ଫନୀ ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପତ୍ରକୁ ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା ୧ ହଜାର କିଲୋ ଲିଟର କିରୋସିନ ଯୋଗାଇଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟବସ୍ଥା କରିଛନ୍ତି। ଏ ସମ୍ୂନ୍ଧରେ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଅବଗତ କରାଇଛନ୍ତି।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୧ ହଜାର କିଲୋ ଲିଟର କିରୋସିନ ବାତ୍ୟା ପ୍ରଭାବିତଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ। ଏଥିପାଇଁ ୧ ହଜାର କିଲୋ ଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟେଗ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅଥବା ରାଜ୍ୟ ତହବିଲକୁ ଯୋଗାଇ ଦେବ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ୧ ହଜାର କିଲୋଲିଟର କିରୋସିନ ପାଇଁ ଆବଶ୍ୟକିୟ ଅର୍ଥ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବା ସହ ତାଙ୍କ ମନ୍ତ୍ରଣାଳୟ ତରଫରୁ ଆଉ ଅତିରିକ୍ତ ୧ ହଜାର କିଲୋଲିଟର କିରୋସିନ ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ନେବା ପାଇଁ ଆବଶ୍ୟକିୟ ଅନୁମତି ପ୍ରଦାନ କରାଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ବାତ୍ୟା ପରେ ପରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ଉପଲବ୍ଧ କରାଯାଇଛି। ଶ୍ରୀ ପ୍ରଧାନ କହିଛନ୍ତି ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଏହା ଅଧୀନରେ ଥିବା ରାଷ୍ଟାୟତ ଉଦ୍ୟେଗ ଗୁଡିକ ବାତ୍ୟା ପ୍ରଭାବିତ ଓଡିଶାରେ ରିଲିଫ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।