Odiapua.com

ହଜାରେ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଗୋଟିଏ ଦିନରେ ସର୍ବାଧିକ ୮୩ ଆକ୍ରାନ୍ତ ଚିହ୍ନଟ ବାସୁଦେବପୁର ବିଡିଓ କରୋନା ଆକ୍ରାନ୍ତ ବାସୁଦେବପୁର ବ୍ଲକ ଅଫିସ ଓ ଚାନ୍ଦବାଲି ଏନ୍‌ଏସି ଶଟ୍‌ଡାଉନ ଘୋଷିତ


ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ହୋଇଛି। ଜିଲ୍ଲାରୁ ସର୍ବାଧିକ ଗୋଟିଏ ଦିନରେ ୮୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ହୋଇ ୧୦୬୮ରେ ପହଞ୍ଚିଛି। ନୂତନ ଭାବେ ଚିହ୍ନଟ ୮୩ ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭୯ଜଣ ଲୋକାଲ କଣ୍ଟାକ୍ଟ। ମୋଟ ୨୩ ହଜାର ୮୪୦ ସାମ୍ପୁଲ ଟେଷ୍ଟ ପରେ ଏହି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତଙ୍କ ମଧ୍ୟରୁ ୭୩୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ୩୩୧ଜଣ ଆକ୍ରାନ୍ତ ଆକ୍ଟିଭ ଭାବେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ବାସୁଦେବପୁର ବିଡିଓ କରୋନାରେ ଆକ୍ରାନ୍ତ ହୋଇଥିବା ପ୍ରଶାସନ ଟୁଇଟ କରି ଜଣାଇଛନ୍ତି। ଯାହା ଫଳରେ ବାସୁଦେବପୁର ବ୍ଲକ କାର୍ଯ୍ୟାଳୟକୁ ଆଜି ଓ କାଲି ୧୨ ତାରିଖ ଦୁଇଦିନ ପାଇଁ ଶଟ୍‌ଡାଉନ କରାଯାଇଛି। ଏହି ସମୟରେ ବ୍ଳକ ଅଫିସକୁ ସାନିଟାଇଜ କରାଯାଉଛି। ସେହିପରି ଚାନ୍ଦବାଲି ଏନ୍‌ଏସିକୁ ୪୮ ଘଣ୍ଟା ପାଇଁ ଅର୍ଥାତ ୧୨ ତାରିଖ ସନ୍ଧ୍ୟା ୬ଟାରୁ ଆରମ୍ଭ ହେଉଥିବା କର୍ଫ୍ୟୁକୁ ମିଶାଇ ଗୁରୁବାର ଓ ଶୁକ୍ରବାର ଦୁଇଦିନ ସହିତ ସପ୍ତାହାନ୍ତ ଶନିବାର ଓ ରବିବାର ଶଟ୍‌ଡାଉନ ଜାରି ରହିବ। ସିଧାସଳଖ କହିବାକୁ ଗଲେ ଗୁରୁବାର ସନ୍ଧ୍ୟାଠାରୁ ସୋମବାର ସକାଳ ୫ ପର୍ଯ୍ୟନ୍ତ ଶଟଡାଉନ ଜାରି ରହିବ। ତେବେ ଯେଉଁ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ତିହିଡି ବ୍ଲକ ଗୁଆମାଳ ବୀଣାପାଣି ଟିଏମ୍‌ସିରୁ, ଦୁଇଜଣ ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିରୁ, ଜଣେ ବନ୍ତ ବ୍ଲକ କାଦବରାଙ୍ଗ ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବନ୍ତ ବ୍ଳକ କେନ୍ଦୁଆପଦା ଆମ୍ପୋର ଗ୍ରାମର ଜଣେ ଭୁବନେଶ୍ୱରର କିମ୍‌ସ୍ ହସପିଟାଲରେ, ଭଦ୍ରକ ବ୍ଲକ ରାନ୍ଦିଆ ଗ୍ରାମର ଜଣେ ଭୁବନେଶ୍ୱରର ହାଇଟେକ୍ ମେଡିକାଲ କଲେଜରେ ଚିକିତ୍ସାଧିନ ଥିବା ବେଳେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲୋକାଲ କଣ୍ଟାକ୍ଟ ଭାବେ ଭଣ୍ଡାରିପୋଖରୀ ବ୍ଳକ ଦକ୍ଷିଣବାଡ ଗ୍ରାମରୁ ୧୨ଜଣ, ଭଦ୍ରକ ବ୍ଲକ ବିଜେଗଙ୍ଗାଧରପୁର ଗ୍ରାମରୁ ୫ଜଣ, ଧାମନଗର ବ୍ଳକ କମାରବନ୍ଧ ଗ୍ରାମରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତିହିଡି ବ୍ଲକ ସୟା ଗ୍ରାମରୁ ଜଣେ, ଖରିଦାପାଟଣା ଗ୍ରାମରୁ ଜଣେ, ଗୁଆମାଳ ଗ୍ରାମରୁ ୫ଜଣ, ପାଳିଆ ଗ୍ରାମରୁ ଜଣେ, ବିଲଣା ମୀରାପୁର ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକା କୁଆଁସ ଗ୍ରାମରୁ ଜଣେ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧାରୁ ୩ଜଣ, ୯ନଂ ୱାର୍ଡ ବାଗୁରାଇ ଜେଲ କଲୋନୀରୁ ଜଣେ, ୫ ନଂ ୱାର୍ଡ ପଥରାଡିଗ୍ରାମରୁ ଜଣେ, ୧ ନଂ ୱାର୍ଡ ବରାଳପୋଖରୀ ବିଡାଙ୍ଗ ଗ୍ରାମରୁ ଜଣେ, ୧୦ ନଂ ୱାର୍ଡ ଜଗନ୍ନାଥପୁରରୁ ଜଣେ, ୧୮ ନଂ ୱାର୍ଡ କଦମବେଢା ଗଉଡସାହିରୁ ୩ଜଣ, ୨ ନଂ ୱାର୍ଡ ବରାଳପୋଖରୀ ଗ୍ରାମରୁ ଜଣେ, ଭଦ୍ରକ ବ୍ଲକ ପାଣିଭଣ୍ଡାର ଗ୍ରାମରୁ ଜଣେ, ଭବାନିବିନ୍ଧା ଗ୍ରାମରୁ ଜଣେ, ସାମରାଇପୁର ଗ୍ରାମରୁ ଜଣେ, ଜୁଣିଆପାଳ ରାଜପୁର ଗ୍ରାମରୁ ଜଣେ, ବରାଙ୍ଗ ଗ୍ରାମରୁ ଜଣେ, ବନ୍ତ ବ୍ଲକ ଅଣ୍ଢିଆ ଗ୍ରାମରୁ ଜଣେ, ସହରାଗଡି ଗ୍ରାମରୁ ଜଣେ, ଧାମନଗର ବ୍ଲକ ସୋହଡା ଗ୍ରାମରୁ ଜଣେ, ମୁସ୍ତାଫାପୁର କାଳୀବଜାରରୁ ଜଣେ, ମୁସ୍ତାଫାପୁରରୁ ଜଣେ, ହସନାବାଦ୍ ଗ୍ରାମରୁ ଜଣେ, ଅସୁରାଳି ଗ୍ରାମରୁ ଜଣେ, ଧାମନଗର ଏନ୍‌ଏସି ତାଳପଦା ଗ୍ରାମରୁ ୫ଜଣ, ଡାଙ୍ଗୁଆସାହି ଗ୍ରାମରୁ ଜଣେ, ଗୋଖାଡିହ ଗ୍ରାମରୁ ୨ଜଣ, ଚାନ୍ଦବାଲି ଏନ୍‌ଏସିରୁ ୪ଜଣ, ବାସୁଦେବପୁର ପୌରପାଳିକାରୁ ୬ଜଣ ଚିହ୍ନଟ ହୋଇଛନ୍ତି।