Odiapua.com

ସଢ଼ା ତାରିଣୀ ମନ୍ଦିରରେ ବାର୍ଷିକ ଯଜ୍ଞ

ହାଟଡ଼ିହି, ୧୪ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲଜ ସଢ଼ା ତାରିଣୀଙ୍କ ମନ୍ଦିରରେ ମାଙ୍କ ବାର୍ଷିକ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏଥିଲାଗି ଆଜି ସକାଳେ ଘଟ୍ଟୋତ୍ତଳନ କରାଯାଇ ମା ତାରିଣୀଙ୍କ ନିକଟରେ ସ୍ଥାପନ କରାଯିବା ସହିତ ହୋମଯଜ୍ଞ କରାଯାଇଥିଲା । ପଣ୍ଡିତ ପୁର୍ଣ୍ଣଚନ୍ଦ୍ର ଦାଶ, ନରେନ୍ଦ୍ର ଦାଶ, ରଙ୍ଗାଧର ପଣ୍ଡା, ବିଶ୍ୱଜିତ ଦାଶ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦାନ କରିଥିବାବେଳେବାଳକୃଷ୍ଣ ବେହେରା, କିର୍ତ୍ତନ ସାହୁ, ପ୍ରଦୀପ ସାମଲ, ନରହରି ବଳ, ଜଗନ୍ନାଥ ନାୟକ, ଜଳଧର ପହି, ଗଣେଶ ରାଉତ, ପ୍ରୀୟବ୍ରତ ବେହେରା, ଅବନି ସାମଲ, ମହେନ୍ଦ୍ର ଦାଶ, କାର୍ତ୍ତିକ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।