Odiapua.com

ସଡ଼କ ସୁରକ୍ଷା ସପ୍ତାହ ପାଳନ ପ୍ରଥମ ଦିନ ୫୦ଟି ମାମଲାରେ ୧ ଲକ୍ଷ ୮୫ ହଜାର ଟଙ୍କା ଆଦାୟ

ପୁରୀ, ୧୯/୦୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଅମାନିଆ ଗାଡ଼ିଚାଳକଙ୍କ ପ୍ରତି ପୁରୀ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଗତକାଲି ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ପୁରୀ ଟ୍ରାଫିକ ପୋଲିସ ଓ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ମଙ୍ଗଳା ହାଟ ବାଇପାସ ଛକରେ ଚେକିଙ୍ଗ କରାଯାଇଥିଲା। ଟ୍ରାଫିକ ନିୟମ ଉଲ୍ଲଘଂନ କାରୀ, ତିନି ଜଣିଆ ଡ଼୍ରାଇଭିଙ୍ଗ, ନିଶାଗ୍ରସ୍ତ ଗାଡ଼ି ଚାଳକ ଓ ବିନା ହେଲମେଟରେ ଡ଼୍ରାାଇଭିଙ୍ଗ କରୁଥିବା ବ୍ୟକ୍ତଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିଲା। ଏସଂକ୍ରାନ୍ତରେ, ୫୦ ଟି ମାମାଲାରେ ଏକ ଲକ୍ଷ ପଞ୍ଚାଅଶୀ ହଜାର ଟଙ୍କା ଆଦାୟ କରାଯାଇଥିବା ଜଣା ପଡ଼ିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏହି ଅଭିଯାନ ଜାରୀ ରହିବ ବୋଲି ଟ୍ରାଫିକ ପୋଲିସ ଗୋକୁଳ ରଞ୍ଜନ ଦାସ ସୂଚନା ଦେଇଛନ୍ତି।