Odiapua.com

ସଡ଼କ ସୁରକ୍ଷା ସଚେତନତା ସଭା, ନିଜେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇବା

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ରୋଟାରୀ କ୍ଲବ୍ ମିଡଟାଉନ ଓ ବିନାୟକ ଡିଗ୍ରୀ କଲେଜ ପକ୍ଷରୁ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ଏକ ସଚେତନତା ସଭା ଆରଡିଛକ ସ୍ଥିତ ସାଇ ବିନାୟକ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ଅତିଶ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସନତ କୁମାର ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନର ବିଭିନ୍ନ ସଚେତନତା ଦିଗ ଉପରେ ଆଲୋକପାତ କରିଥିଲେ । ରାସ୍ତାରେ ଗାଡି ଚଳାଇବା ସମୟରେ ସରକାରଙ୍କ ପକ୍ଷରୁ ପ୍ରଣୟନ ଆଇନ ପ୍ରତି ସଚେତନ ହେବା ସହ ନିୟମକାନୁନ୍ ପାଳନ କରିବାକୁ କଲେଜର ଛାତ୍ରଛାତ୍ରୀଙ୍କୁ ଆର୍‌ଟିଓ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ସେହିପରି ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା,ରୋଟାରିଆନ ପ୍ରୀତିରଞ୍ଜନ ଜେନା, ଡିଗ୍ରୀ କଲେଜ ଅଧକ୍ଷ ପ୍ରମୋଦ କୁମାର ରାଉତ, ଯୁକ୍ତ ୨ର ଅଧକ୍ଷ ପ୍ରଭାତ ପ୍ରଭାକର ପାଢ଼ୀ, ବିନାୟକ କଲେଜର ନିର୍ଦ୍ଦେଶକ ମନୋଜ ପାଢ଼ୀ, ରୋଟାରୀ ମିଡ ଟାଉନର ସଭାପତି ଅମିତ ମଲ୍ଲିକ, ରତନଲାଲ ଗୁପ୍ତା,ଅଶୋକ ଲାଖାନି ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ସଚେତନତା କ୍ଷେତ୍ରରେ ଯୁବକଯୁବତୀମାନଙ୍କ ପ୍ରମୁଖ ଭୂମିକା ସମ୍ପର୍କରେ ଆଲୋଚନା କରିବା ସହିତ ନିଜେ ସଚେତନ ହେବା ସହିତ ଅନ୍ୟଙ୍କୁ ସଚେତନ କରାଇବା ଏବଂ ନିଜେ ସୁରକ୍ଷିତ ରୁହନ୍ତୁ-ସୁଖୀ ରୁହନ୍ତୁ ଏ ବର୍ଷ ସରକାରଙ୍କ ପକ୍ଷରୁ ବାର୍ତ୍ତାକୁ ସମାଜରେ ସବୁବର୍ଗର ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ରୋଟାରିଆନ ଚୈତାଳୀ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ ।