Odiapua.com

ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ତାଲିମ

ନୟାଗଡ଼, ୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼୍ ୍ ବ୍ଳକ ଅନ୍ତର୍ଗତ ଜେମାଦେଇପୁରପାଟଣା ଗ୍ରାମପଂଚାୟତ ସଭାଗୃହରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଆର୍ଥୀକ ସ୍ୱାକ୍ଷରତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ନିରଜଂନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥିଭାବେ ନାବାର୍ଡ଼ର ଡିଡିଏମ୍ ଜୟନ୍ତ କୁମାର ସାହୁ, ସରପଂଚ ରୀନାବାଳା ପୃଷ୍ଟି, ଇଣ୍ଡିଆନ ବ୍ୟାଙ୍କର ଶାଖା ପରିଚାଳକ ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ଆର୍ଥୀକ ସ୍ୱାବଲମ୍ବି ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ନୂଆଗାଁ ବ୍ଳକ ରାଜୀବ ଗାନ୍ଧୀ ସଭାଗୃହରେ ମିଶନ ଶକ୍ତି ଓ ମତ୍ସ୍ୟ ବିଭାଗ ପକ୍ଷରୁ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ମତ୍ସ୍ୟଚାଷ ସମ୍ପର୍କିତ ତାଲିମ ପ୍ରଦାନ କରାଯାଇଛି। ଏହି ତାଲିମକୁ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ ଉଦ୍ ଘାଟନ କରିଥିଲାବେଳେ ପୁରୀ ଜୋନ ମତ୍ସ୍ୟ ଉପନିର୍ଦ୍ଦେଶକ ସୁବଳ ଚନ୍ଦ୍ର ମହାନ୍ତି, ମତ୍ସ୍ୟ ଅଧିକାରୀ ସ୍ୱୀକୃତି ସ୍ୱରୁପା ମିଶ୍ର ପ୍ରମୁଖ ତାଲିମ ଦେଇଥିଲେ।