Odiapua.com

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କଦ୍ୱାରା ଜଳଛତ୍ର

ତିର୍ତ୍ତୋଲ୨୦/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତ ସଲମପୁର ଗ୍ରାମ ଛକରେ ତିର୍ତ୍ତୋଲ ଶିଶୁ କଲ୍ୟାଣ ବିଭାଗ ନେତୃତ୍ୱରେ ଓମ ସାଇରାମ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଜଳଛତ୍ର ଖୋଲାଯାଇ ଓଆରଏସ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଏହି ଜଳଛତ୍ର ବଣ୍ଟନ କାର୍ଯ୍ୟକ୍ରମରେ ସଲମପୁର ଅଙ୍ଗନୱାଡ଼ି ୨ର କର୍ମୀ ସୁଲୋଚନା ସେଠୀ, ସ୍ୱୟଂସହାୟକ ଗୋଷ୍ଠୀର ଅଞ୍ଜଳୀ ପ୍ରଧାନ, ଅନୁଷୟା ପ୍ରଧାନ, ଉର୍ମିଳା ପ୍ରଧାନ, ଝରଣା ବାଳା ସେଠୀ, ପ୍ରତିଜି ତନୟା ମହାନ୍ତି, ପାର୍ବତୀ ପ୍ରଧାନ, ରଶ୍ମିତା ସେଠୀ, ସ୍ମୃତିରେଖା ପ୍ରଧାନ, ଆରତୀ ସେଠୀ, ଯଜ୍ଞସେନୀ ସେଠୀ, ପୁଷ୍ପଲତା ସେଠୀ, ଅନ୍ନ୪ପୂର୍ଣର୍ା ନାୟକ, ତପସ୍ୱିନୀ ବିଶ୍ୱାଳ, ସସ୍ମିତା ମହାନ୍ତି, ସୁନିତା ସାହୁ ପ୍ରମୁଖ ଉପସ୍ଥିତ ରହି ପଥଚାରୀ ମାନଙ୍କୁ ଜଳ ବଣ୍ଟନ କରିଥିଲେ।