Odiapua.com

ସ୍ୱୟଂ ଶାସନର ନବୀକରଣ ପାଇଁ କେନ୍ଦ୍ରାପଡା କଲେଜ ପୁରାତନ ଛାତ୍ର ସଂସଦର ଆଲୋଚନା

କେନ୍ଦ୍ରାପଡା, ୧୧ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ୱୟଂ ଶାସନର ନବୀକରଣ ପାଇଁ ଆଗାମୀ ୧୭ ଓ ୧୮ ତାରିଖରେ କଲେଜ ପରିଦର୍ଶନ ପାଇଁ ଆସୁଥିବା ୟୁଜିସି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରିବା ପାଇଁ ଆଜି ପୁରାତନ ଛାତ୍ର ସଂସଦର ଏକ ପ୍ରସ୍ତୁତି ବୈଠକ ସଂସଦର ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ୟୁଜିସି ପ୍ରତିନିଧି ମଣ୍ଡଳୀର ଗ୍ରସ୍ତ କାର୍ଯ୍ୟକ୍ରମ ତଥା କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇଥିଲେ। ଆଗାମୀ ୧୭ ତାରିଖରେ ଆଗନ୍ତୁକ ପ୍ରତିନିଧି ମଣ୍ଡଳୀକୁ ପୁରାତନ ଛାତ୍ରଛାତ୍ରୀମାନେ ଭେଟିବାର କାର୍ଯ୍ୟକ୍ରମ ଥିବାରୁ ସେଦିନ ଅନୁରୂପ କାର୍ଯ୍ୟ ସମ୍ପାଦନ ପାଇଁ ବିଶିଷ୍ଟ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି। ଏଥି ସହିତ ଭବିଷ୍ୟତରେ ନାକ୍ ପରିଦର୍ଶନ ପୂର୍ବରୁ ସଂସଦର କାର୍ଯ୍ୟକ୍ରମକୁ ତ୍ୱରାନିତ୍ୱ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ କଲେଜ ପରିସରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ସମୟରେ ଅଣଶୈକ୍ଷିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଉଥିବାରୁ ତାହା କଲେଜର ଶୈକ୍ଷିକ ପରିବେଶରେ କ୍ଷତି ପହଞ୍ଚାଉଥିବାରୁ ଭବିଷ୍ୟତରେ କଲେଜର ଶୈକ୍ଷିକ କାର୍ଯ୍ୟକ୍ରମ ଓ ପରିସରକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ସଭା ପକ୍ଷରୁ ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ. ସେକ ସମସୁର, ଆଇନଜିବୀ ସରୋଜକାନ୍ତ ସିଂ, ଅଧ୍ୟାପିକା ଜ୍ୟୋତି ମହାପାତ୍ର, ଦୁର୍ଯୋଧନ ପରିଡା, ତପନ କୁମାର ପତି ପ୍ରମୁଖ ଯୋଗ ଦେଇଥିଲେ। ସଂସଦର ଯୁଗ୍ମ ସମ୍ପାଦକ ଡ. ଅମିୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।