Odiapua.com

ସ୍ୱୟଂସହାୟକ ମହିଳାଙ୍କଠୁ ଟଙ୍କା ଠକିନେଲେ ଘଟଗାଁ ଆଇପିଓ

ଘଟଗାଁ,୧୬/୦୩(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଆଇପିଓଙ୍କ ବିରୋଧରେ ବସନ୍ତପୁର ପଂଚାୟତର ବନଦୁର୍ଗା ସ୍ୱୟଂସହାୟକ ମହିଳାଙ୍କର ଗୁରୁତର ଅଭିଯୋଗ ଗ୍ରୃପ ରୁଣ ଛାଡ କରାଇବା ନାଁରେ ୩୦ ହଜାର ଟଙ୍କା ଠକି ନେଇଥିବା ସହ ମହିଳାଙ୍କୁ ଅଧିକ ରୁଣ କରାଇଦେବା ପାଇଁ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ପରି ସମ୍ବେଦନଶୀଳ ଅଭିଯୋଗ କରିଛନ୍ତି । ବସନ୍ତପୁର ଗ୍ରାମପଂଚାୟତର ବାଣେଶ୍ୱର ଗ୍ରାମର ବନଦୁର୍ଗା ସ୍ୱୟଂସହାୟକ ଗୋଷ୍ଠୀର ୧୦ ଜଣ ମହିଳା ବ୍ୟାଙ୍କ ଅଫ ବରୋଦାରୁ ଛେଳି ଚାଷ ପାଇଁ ରୁଣ ନେଇଥିଲେ । ଛେଳି ଗୁଡିକ ମରିଯିବାରୁ ବ୍ୟାଙ୍କକୁ ଦେଢ ଲକ୍ଷଟଙ୍କା ରୁଣସୁଝିବାର ଥିଲା । ମାତ୍ର ଘଟଗାଁ ଆଇପିଓ ଭାଗ୍ୟଧର ପୃଷ୍ଟି ବ୍ୟାଙ୍କରେ ରୁଣ ଛାଡ କରାଇଦେବା ସହ ୩୦ ହଜାର ଟଙ୍କାରେ କ୍ରିୟର କରାଇଦେବା ପାଇଁ ମହିଳା ମାନଙ୍କଠାରୁ ଟଙ୍କା ନେଇଥିଲେ । ଏଥି ସହିତ ରୁଣ କରାଇଦେବା ପାଇଁ ୫୦୦ ଟଙ୍କା ଲେଖାଏଁ ନେବା ସହ ଛୁଟି ଦିନରେ ରୁମକୁ ଡାକି ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ମହିଳା ମାନେ ପ୍ରକାଶ କରିଛନ୍ତି । କିନ୍ତୁ ପାସବୁକ ଅପଡେଟ ସମୟରେ ବ୍ୟାଙ୍କରେ ଟଙ୍କା ଡିପୋଜିଟ ହୋଇନଥିବା ମହିଳାମାନେ ଜାଣିବାକୁ ପାଇଥିଲେ । ଟଙ୍କା ସମ୍ପର୍କରେ ପଚାରିବା ବେଳେ ଆଇପିଓ ଆଉ ୧୦ ହଜାର ଟଙ୍କା ଆବଶ୍ୟକ ବୋଲି କହିଥିଲେ । ମାତ୍ର ବ୍ଲକରୁ କୌଣସି ରୁଣ ଛାଡ କରିବା ଯୋଜନା ନିଥିବା କଥା ଜାଣିବା ପରେ ମହିଳା ମାନେ ଆଇପିଓଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ । ଟଙ୍କା ଫେରାଇଦେବେ କହି ୪ ମାସ ହେବ ଠକି ଚାଲିଥିବା ବେଳେ ମହିଳା ମାନେ ଆଜି ଘଟଗାଁ ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।ଅନ୍ୟ ପଟେ ଆଇପିଓଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା । ଯଦି ମହିଳା ମାନଙ୍କୁ ଆଇପିଓ ଟଙ୍କା ଫେରସ୍ତ ନକରନ୍ତି ତେବେ ଥାନାରେ ଏତଲା ଦେବେ ବୋଲି ଘଟଗାଁ ବିଡିଓ ବିଚିତ୍ର କର କହିଛନ୍ତି ।