Odiapua.com

ସ୍ୱେଛାସେବୀଙ୍କୁ ସମ୍ବର୍ଦ୍ଧନା

ପୁରୀ ୧୯/୧ (ଓଡ଼ିଆ ପୁଅ) ଆଜି ପୂର୍ବାହ୍ନରେ ହବିଷ୍ୟାଳୀ ମାନଙ୍କ ସେବାରେ ନିୟୋଜିତ ସ୍ୱଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପୂର୍ବରୁ ସ୍ୱଛାସେବୀ ମାନଙ୍କୁ ଟାଉନ ହଲ ଠାରେ ଅନୁରୂପ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଅନ୍ୟ ମାନଙ୍କୁ ଆଜି ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଦିଲ୍ଲୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୁରୀ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କର୍ମଚାରୀ ଆଦିତ୍ୟ ବରାଳ, ସୌମ୍ୟ ରଞ୍ଜନ ପୂଜାରୀ, ସୁଜିତ ମହାନ୍ତି, ବିଶ୍ୱନାଥ ପୂଜାରୀ, କୁନା ବେହେରା, ଦିବାକର ପଟ୍ଟନାୟକ ଓ ଲକ୍ଷ୍ମୀଧର ଦାସ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।