Odiapua.com

ସ୍ୱେଚ୍ଛାସେବୀ କ୍ଲବ୍ ସିଡ୍ ପକ୍ଷରୁ ଚାରା ରୋପଣ

ଯାଜପୁର, ୨୮/୭ (ଓଡ଼ିଆ ପୁଅ) : ଯାଜପୁର ଅଗ୍ରଣୀ ପୁରସ୍କୃତ ପ୍ରାପ୍ତ ସ୍ୱେଚ୍ଛାସେବୀ କ୍ଲବ ସିଡ୍ ଏବଂ ସମ୍ପର୍କ ଅନୁଷ୍ଠାନ ମିଳିତ ସହଯୋଗରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡ୍ କାର୍ଯ୍ୟକାରୀ ସଭାପତି ମାନସ କୁମାର ରାଉତଙ୍କ ନେତୃତ୍ୱରେ କଦଳା ରାସ୍ତା ପାର୍ଶ୍ୱ, ପର୍ବତ ଏବଂ ମନ୍ଦିର ନିକଟରେ ଅଁଳା, ଚମ୍ପା, ବାହାଡା, କାଜୁ, ଶାଗୁଆନ, ଲେମ୍ବୁ, ଓଉ ସମେତ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ପରେ ଗ୍ରାମର ବିଭିନ୍ନ ଲୋକଙ୍କୁ ଚାରା ଲଗାଇ ତାହାର ଯତ୍ନ ନେବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ସନ୍ତୋଷ କୁମାର ରାଉତ, ସୋନମ ବେହୁରା, ମଂଟୁ ପାତ୍ର, ଇଲୁଆ ସ୍ୱାଇଁ, ଗଙ୍ଗାଧର ମହାରଣା, ପ୍ରକାଶ ରାଉତ, ଅନୀତା ବେହେରା ସମେତ ବହୁ ଯୁବକ ଯୁବତୀ ସାମିଲ ହୋଇ ଚାରା ରୋପଣ କରିଥିଲେ। ଏପରକି ବିଭିନ୍ନ ସମାଜଉପଯୋଗୀ କାର୍ଯ୍ୟ କରିବାକୁ ନେହୁରୁ ଯୁବକେନ୍ଦ୍ର ଯାଜପୁରର ସଂଯୋଜକ ପ୍ରେରଣା ଦେଇଥିଲେ।