Odiapua.com

ସ୍ୱେଚ୍ଛାସେବୀ ଅନୁଷ୍ଟାନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ କରୋନା ସୁରକ୍ଷା ପୋଷାକ ଓ ଥର୍ମାଲ ଗନ ପ୍ରଦାନ

ମାଲକାନଗିରି,୩୧ ।୫ (ଓଡିଶା ପୁଅ ) ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ବ୍ୟାପିଥିବାରୁ କରୋନା ସଂକ୍ରମଣ ରୁ ରକ୍ଷାକରିବା ଓ ଆକ୍ରାନ୍ତ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଡାକ୍ତର,ସ୍ୱାସ୍ଥ୍ୟକର୍ମୀ କରୋନା ଯୋଦ୍ଧାମାନଙ୍କୁ ଗୋପବନ୍ଧୁ ଉନ୍ନୟନ ସମିତି ପକ୍ଷରୁ କରୋନା ପ୍ରତିରୋଧକ ପୋଷାକ,କୁଲିଂପୋଷାକ,ଥର୍ମାଲ ଗନ ପ୍ରଦାନ କରାଯାଇଛି । ବେଙ୍ଗାଲୁରୁ ର ସେଲକୋ ଫାଉଣ୍ଡେସେନ ସଂସ୍ଥାର ସହାୟତାରେ ମାଲକାନଗିରି ଜିଲ୍ଲାର ସ୍ୱେଚ୍ଛାସେବୀ ଅନୁଷ୍ଟାନ ଗୋପବନ୍ଧୁ ଉନ୍ନୟନ ସମିତି ପକ୍ଷରୁ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗକୁ କୋଭିଡ୧୯ ରେ କାର୍ଯକରୁଥିବା କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ପାଇଁ ୧୦୦ଟି କରୋନା ପ୍ରତିରୋଧକ ପୋଷାକ,ରୋଗ ମାପକ ଥର୍ମାଲ ଗନ, କୁଲିଂପୋଷାକ ପ୍ରଦାନ କରାଯିବାସହତ ତିନୋଟି ନୂତନ ସ୍ୱସ୍ଥ୍ୟାକେନ୍ଦ୍ରକୁ ୧୦ଟି ଲେଖା କରୋନା ପ୍ରତିରୋଧକ ପୋଷାକ,ଥର୍ମାଲ ଗନ ପ୍ରଦାନ କରାଯାଇଛି । ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା  ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଧନେଶ୍ୱର ମହାପାତ୍ର,ଏଡିଏମଓ ଏଫଡବ୍ଲୁ ଶିଶିଭୂଷଣ ମହାପାତ୍ର, ଡିପିଏଚଓ ସନ୍ଧ୍ୟାରାଣୀ ପଟନାୟକ,ଡିପିଏମ ସୁଦିପ କେଶ ଙ୍କୁ ଗୋପବନ୍ଧୁ ଉନ୍ନୟନ ସମିତିର ଜିଲ୍ଲାପ୍ରକଳ୍ପ ନିର୍ଦ୍ଦେଶକ ପାଣିଗ୍ରାହୀ ଏହି ସବୁ କିଟ ପ୍ରଦାନ କରିଛନ୍ତି । ଏହି କିଟ ସବୁ କରୋନା ସଂକ୍ରମଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସୁରକ୍ଷା ପାଇଁ ଉଦିଷ୍ଠ ଓ ସେମାନଙ୍କୁ କରୋନା ସଂକ୍ରମଣ ରୁ ରକ୍ଷାକରିବା ନିମନ୍ତେ ବହୁତ କାମରେ ଆସିପାରିବ, ଆବଶ୍ୟକ ପଡିଲେ ଆହୁରି ଅଧିକ କିଟ ଯୋଗାଇ ଦିଆଯିବ ବୋଲି ଗୋପବନ୍ଧୁ ଉନ୍ନୟନ ସମିତିର ସଂପାଦକ ଦେବେନ୍ଦ୍ର କୁମାର ବାରିକ କହିଛନ୍ତି ।