Odiapua.com

ସ୍ୱାୟତ୍ତ ଶାସନ ଦିବସରେ ସାଂସଦଙ୍କ ଦ୍ୱାରା ବିକାଶ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ଥର ଓ ଉଦ୍‌ଘାଟନ

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ପୌରପାଳିକା ଓ ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସାଂସଦ ମଂଜୁଲତା ମଣ୍ଡଳ ବିଭିନ୍ନ କାର୍ଯ୍ୟର ଶୁଭ ଉଦ୍‌ଘାଟନ କରିଛନ୍ତି । ଆଜି ଏହି ଦିବସ ପାଳନ ଅବସରରେ ସାଂସଦ ଶ୍ରୀମତୀ ମଣ୍ଡଳ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୌରାଧ୍ୟକ୍ଷ ନିବେଦିତା ବେହେରା ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପାରିଷଦଙ୍କ ଗହଣରେ ପଥପାଶ୍ୱର୍ ପରିସ୍ରାଗାର, ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖସ୍ଥ ଭେଣ୍ଡିଂ ଜୋନ୍‌, ରାଧାବଲ୍ଲଭପୁର କମ୍ୟୁନିଟି ସେଣ୍ଟର, ଗୋଲେଇପଦା କମ୍ୟୁନିଟି ସେଣ୍ଟର ନିକଟ ଖୋଲାସ୍ଥାନର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ମା’ ବୁଢିମଙ୍ଗଳା ପାଶ୍ୱର୍ର ଉନ୍ନତିକରଣ, ଆହାର ରୋଷେଇ ଓ ପାକଶାଳା କେନ୍ଦ୍ର ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ସେହିଭଳି ଧାମନଗର ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ମଧ୍ୟରେ ନୂତନ ପ୍ରଶାସନିକ ଗୃହ, କର୍ମଚାରୀ ଆବାସିକ ଗୃହ, ଜଗୁ ସାଗର ପୋଖରୀର ଉନ୍ନତିକରଣ, ନୂତନ ପାର୍କର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ, ରାହାପିତା ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ରୋଷେଇ ଶାଳାର ଶୁଭ ଉଦ୍‌ଘାଟନ କରିଥିଲେ । ଧାମନଗରରେ ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ସହ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏନ୍‌ଏସି ଅଧ୍ୟକ୍ଷା ନିବେଦିତା ଜେନା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।