Odiapua.com

ସ୍ୱାୟତଶାସନ ଦିବସ ପାଇଁ ପ୍ରତିଯୋଗିତା

ନୟାଗଡ଼, ୨୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନିଖିଳ ଭାରତ ସ୍ୱାୟତଶାସନ ଦିବସ ଉପଲକ୍ଷେ ନୟାଗଡ଼ ପୌର ପରିଷଦ ପକ୍ଷରୁ ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟଠାରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିଯୋଗୀତାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀତାର ବିଚାରକଭାବେ ବରିଷ୍ଠ ସାମ୍ବାଦିକ, ଭାଷାକାର ତଥା କବି ରାମକୃଷ୍ଣ ରଥ, ନବ କିଶୋର ମିଶ୍ର, ଗୁରୁ ରଜନୀକାନ୍ତ ମହାପାତ୍ର, କବି ଗୋଦାବରୀଶ ମିଶ୍ର, ଗଜେନ୍ଦ୍ର କୁମାର ମହାରଣା ଓ ପୂର୍ଣ୍ଣଚନ୍ଦ୍ର ଶତପଥୀ ପ୍ରମୁଖ ଥିଲାବେଳେ କାର୍ଯ୍ୟକ୍ରମକୁ ଲକ୍ଷ୍ମୀଧର ମହାପାତ୍ର, ଅଜିତ କୁମାର ମଲିକ, ନଳିନୀକାନ୍ତ ମିଶ୍ର ପରିଚାଳନା କରିଥିଲେ। ବିତର୍କରେ ଶୀର୍ଷକ ‘ସ୍ୱଚ୍ଛତାରେ ଆମେ ଓ ଆମ ପରିବାର’ ବେଶ୍ ରୋଚକ ହୋଇଥିଲା। ଏହି ପ୍ରତିଯୋଗୀତାରେ ୨୨ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ବିବେଚିତ ହୋଇଥିଲାବେଳେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସ୍ୱାୟତ୍ତ ଶାସନ ଦିବସରେ ପୁରଷ୍କୃତ କରାଯିବ ବୋଲି ସଂଯୋଜକ ଗଜେନ୍ଦ୍ର କୁମାର ମହାରଣା ପ୍ରକାଶ କରିଛନ୍ତି।