Odiapua.com

ସ୍ୱାସ୍ଥ୍ୟ ସଚିବଙ୍କ ଅଚାନକ ଯାଜପୁର ମେଡିକାଲ ଗ୍ରସ୍ତ; କିଛି ତ୍ରୁଟିକୁ ନେଇ ଅସନ୍ତୋଷ

ଯାଜପୁର୨୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଓଡିଶା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ କିଛି ବ୍ୟକ୍ତିଗତ କାର୍ଯ୍ୟପାଇଁ ଯାଜପୁର ଆସି ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ସଂପର୍କରେ ଟିକିନିକ୍ ବୁଝିବା ଦେଖିବାକୁ ମିଳିଥିଲା ।ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ନିକୁଂଜ ବିହାରୀ ଧଳ ମେଡିକାଲରେ ଥିବା କରୋନା ଆଇସୋଲେସନ୍ ୱାର୍ଡକୁ ବୁଲି ଦେଖିବା ସହ କରୋନା ପରୀକ୍ଷା ପାଇଁ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କି କି ବ୍ୟବସ୍ଥା ହୋଇଛି ତାହାର ସମୀକ୍ଷା କରିଛନ୍ତି। ଏଥି ସହ ମହିଳା ଓ ଶିଶୁ ଚିକିତ୍ସା ବିଭାଗକୁ ଯାଇ ସ୍ୱଚ୍ଛତା, ରୋଗୀଙ୍କୁ ମିଳୁଥିବା ସେବା ସଂପର୍କରେ ବୁଲି ଦେଖିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।ସଚିବଙ୍କ ଏହି ଅଳ୍ପ ସମୟ ଗସ୍ତରେ ଆଇସୋଲେସନ୍ ୱାର୍ଡ ଠାରୁ ଆରମ୍ଭ କରି ରୋଗୀଙ୍କୁ ମିଳୁଥିବା ସମସ୍ତ ସେବା ସଂପର୍କରେ ସେ ପଚାରି ବୁଝିବା ସହ କିଛି ତ୍ରୁଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥି ସହ ରୋଗୀମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଳା ସ୍ୱାସ୍ଥ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।